🔥 TRENDING Consumer Court Orders Insurer to Pay ₹... ધોરાજી ડેપોના સિનિયર આગેવાન અશોકસિંહ વ... Soori’s ‘Mandaadi’ records 29.6% jump... Day 3 Box‑Office Surge for ‘Vvaan’ Sta... Sidharth Malhotra's 'Vvaan' posts thir... Manipur to Host First ISL Match on Wor...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ପରସ୍ପରକୁ ବୋମା ଫିଙ୍ଗିଲେ ଦୁଇ ଭାଇ, ବଡ଼ ମୃତ
Crime

ପରସ୍ପରକୁ ବୋମା ଫିଙ୍ଗିଲେ ଦୁଇ ଭାଇ, ବଡ଼ ମୃତ

✍️ Reporter: Deepak Mahapatra 🗓 16 Sep 2026, 12:55 PM 👁 55
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଭୁବନେଶ୍ୱରର ଚନ୍ଦକା ଥାନା ଅଙ୍ଗାରପଡ଼ା ପଞ୍ଚାୟତ ମହୁଲ ଗ୍ରାମରେ ବୋମା ମାଡ଼ ହୋଇଛି। ଦୁଇଟି ବୋମା ମାଡ଼ରେ ଥରି ଉଠିଛି ସ୍ଥାନୀୟ ଅଞ୍ଚଳ। ଦୁଇ ଭାଇ ପରସ୍ପର ଉପରକୁ ଫୋପାଡ଼ିଛନ୍ତି ବୋମା। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଭୁବନେଶ୍ୱରର ଚନ୍ଦକା ଥାନା ଅଙ୍ଗାରପଡ଼ା ପଞ୍ଚାୟତ ମହୁଲ ଗ୍ରାମରେ ବୋମା ମାଡ଼ ହୋଇଛି। ଦୁଇଟି ବୋମା ମାଡ଼ରେ ଥରି ଉଠିଛି ସ୍ଥାନୀୟ ଅଞ୍ଚଳ। ଦୁଇ ଭାଇ ପରସ୍ପର ଉପରକୁ ଫୋପାଡ଼ିଛନ୍ତି ବୋମା। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ନାଁ ମୋହନ ପାଢ଼ୀ। ତାଙ୍କ ସାନ ଭାଇଙ୍କ ନାଁ ମଦନ ପାଢ଼ୀ। ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ଉଭୟ ପରସ୍ପରକୁ ବୋମା ଫିଙ୍ଗି ଥିଲେ। ବୋମାମାଡ଼ରେ ମୋହନଙ୍କ ମୁଣ୍ଡ ନଷ୍ଟ ହୋଇଯାଇଥିଲା। ସେହିପରି ମଦନଙ୍କ ଗୋଟିଏ ପାପୁଲି ପୂରା ନଷ୍ଟ ହୋଇଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ମଦନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଘଟଣାସ୍ଥଳରେ ଚନ୍ଦକା ଥାନା ପୁଲିସ ସହିତ ଭୁବନେଶ୍ୱର ଡିସିପି, ଜୋନ୍-୬ ଏସିପି ପହଞ୍ଚି ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ନମୁନା ସଂଗ୍ରହ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବନ୍ୟଜୀବ ଶିକାର କରିବା ପାଇଁ ଦୁଇ ଭାଇ ଘରେ ବୋମା ରଖିଥିଲେ। ଗତକାଲି ରାତିରେ ସେମାନଙ୍କ ମଧ୍ୟରେ ଝଗଡ଼ା ହେଲା ପରେ ଉଭୟ ପରସ୍ପର ଉପରକୁ ବୋମା ଫିଙ୍ଗି ଥିଲେ।

ଘଟଣାର ତଦନ୍ତ ଜାରି ରହିଛି।
📲Get App