🔥 TRENDING उन्नाव में मूसलाधार बारिश से जनजीवन अस... LPU Students Protest Against Administr... User Searches for 'deescalatetensions'... TribuneIndia.com Users Search for "Jij... Dr Shiny Devassy featured in Tribune I... Truck rams police SUV in Rewari, drive...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ଦୋକାନ ଭିତରେ ଜଳିଗଲେ ବାପପୁଅ
Viral & Trending

ଦୋକାନ ଭିତରେ ଜଳିଗଲେ ବାପପୁଅ

✍️ Reporter: Deepak Mahapatra 🗓 16 Sep 2026, 01:02 PM 👁 57
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ସାନପଦର ଗାଁରେ ଶନିବାର ରାତିରେ ଏକ ଗ୍ରୋସରୀ ଦୋକାନରେ ନିଆଁ ଲାଗି ଯାଇଥିବା ବେଳେ ସେଥିରେ ବାପ-ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକମାନେ ହେଉଛନ୍ତି ଗାଁର ରାଜେଶ ସାହୁ ଓ ତାଙ୍କ ପୁଅ ଲକ୍ଷ୍ମୀଧର ସାହୁ (୨୫)।ଗାଁ ମୁଣ୍ଡରେ ଗ୍ରୋସରୀ ଦୋକାନ କରିଥିଲେ ରାଜେଶ ସାହୁ। ସବୁ ଦିନ ଭଳି ଗତକାଲି ରାତିରେ ଘରେ ଖାଇ ସାରିବା ପରେ ପୁଅ ଲକ୍ଷ୍ମୀଧରଙ୍କ ସହିତ ସେ ଦୋକାନକୁ ଆସିଥିଲେ ଓ ସେଇଠି ଦୁହେଁ ଶୋଇଥିଲେ। ହେଲେ ରାତିରେ ଦୋକାନରେ ନିଆଁ ଲାଗି ଯାଇଥିଲା। ନିଆଁରେ ପୋଡ଼ି ବାପପୁଅଙ୍କ ମୃତ୍ୟୁ ହୋଇଯାଇଛି।

ଦୋକାନଟି ଗାଁ ମୁଣ୍ଡରେ ଓ ନିଛାଟିଆ ସ୍ଥାନରେ ଥିବାରୁ ଏହି ଅଗ୍ନିକାଣ୍ଡ ବିଷୟରେ ତାଙ୍କ ପରିବାର କିମ୍ବା ଗାଁ ଲୋକେ କିଛି ଜାଣିପାରି ନଥିଲେ। ଆଜି ସକାଳୁ ସକାଳୁ ଘଟଣା ସଂପର୍କରେ ଜଣାପଡ଼ିଥିଲା। ରାଜେଶଙ୍କ ଭାଇ କହିଛନ୍ତି ଯେ ସେ ସକାଳେ ଆସି ଡାକ ପକାଇଥିଲେ। କିନ୍ତୁ ଦୋକାନ ଭିତରୁ କିଛି ଉତ୍ତର ମିଳିଲାନି। ସେ ଫୋନ୍ କଲେ। ରିଙ୍ଗ୍ ହେଲେ ବି ଭାଇ ମୋବାଇଲ୍ ଫୋନ୍ ଉଠାଇ ନଥିଲେ। ଦୋକାନର କବାଟ ବାଡ଼େଇଲା ପରେ ମଧ୍ୟ ଭିତରୁ କିଛି ଉତ୍ତର ନମିଳିବାରୁ ତାଙ୍କର ସନ୍ଦେହ ହେଲା। ସେ ଗାଁର ଆଉ ଜଣେ ବ୍ୟକ୍ତିଙ୍କୁ ଡାକି ଏକ ଶାବଳ ନେଇ ଦୋକାନ ଉପରକୁ ଚଢ଼ି ଯାଇଥିଲେ। ଶାବଳରେ ଦୋକାନର ଆଜବେଷ୍ଟସ ଛାତକୁ ଭାଙ୍ଗିବା ପରେ ତାଙ୍କ ଭାଇ ଓ ପୁତୁରା ମରି ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ଦୋକାନର ଜିନିଷପତ୍ର ମଧ୍ୟ ଜଳି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ବେଗୁନିଆ ଥାନା ପୁଲିସ ସହ ସାଇଣ୍ଟିଫିକ ଟିମ୍‌, ଅଗ୍ନିଶମ ବାହିନୀର ଟିମ୍‌ ଓ ମାଜିଷ୍ଟ୍ରେଟ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ଦୋକାନଟି ଭିତରପଟୁ ବନ୍ଦ ଥିବା ବେଳେ କବାଟ ଭାଙ୍ଗି ରାଜେଶ ଓ ଲକ୍ଷ୍ମୀଧରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ। ପରିବାର ଲୋକଙ୍କୁ ଏତଲା କ୍ରମେ ସବୁ ଦିଗକୁ ନେଇ ପୁଲିସ ଘଟଣାର ତଦନ୍ତ କରୁଛି । ସାଇଣ୍ଟିଫିକ ଟିମର ରିପୋର୍ଟ ଓ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି। ପୁଲିସର ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ରାଜେଶଙ୍କ ସହିତ ପ୍ରାଣ ହରାଇଥିବା ତାଙ୍କ ପୁଅ ଲକ୍ଷ୍ମୀଧର ମାନସିକ ଭିନ୍ନକ୍ଷମ ଥିଲେ ବୋଲି ଜଣାପଡ଼ିଛି।
📲Get App