🔥 TRENDING સુરતના ખટોદરા વિસ્તારમાં ફેક્ટરીમાં ફસ... LPU Students End 15-Hour NH-44 Blockad... Fire Ravages Tata Showroom in Hyderpor... Consumer Court Orders Insurer to Pay ₹... ધોરાજી ડેપોના સિનિયર આગેવાન અશોકસિંહ વ... Soori’s ‘Mandaadi’ records 29.6% jump...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ଧଉଳି ହାତୀପାର୍କ ପାଖରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ମଦବୋତଲରେ ମୁଣ୍ଡ ଫଟାଇଲେ, ରଡ୍‌ରେ ପିଟି ଗୋଡ଼ହାତ ଭାଙ୍ଗିଲେ
Crime

ଧଉଳି ହାତୀପାର୍କ ପାଖରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ: ମଦବୋତଲରେ ମୁଣ୍ଡ ଫଟାଇଲେ, ରଡ୍‌ରେ ପିଟି ଗୋଡ଼ହାତ ଭାଙ୍ଗିଲେ

✍️ Reporter: Deepak Mahapatra 🗓 15 Sep 2026, 11:30 AM 👁 54
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଗତକାଲି ଅପରାହ୍ଣରେ ଧଉଳି ପାହାଡ଼ ହାତୀପାର୍କ ନିକଟରେ ଜଣେ ଯୁବକଙ୍କୁ ହୋଇଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ପୁଲିସ କାହାକୁ ବି ଗିରଫ କରିପାରିନାହିଁ। ୮/୧୦ଜଣ ଯୁବକ ସ୍ଥାନୀୟ ନଖାଉର ଗାଁର ରଜନୀକାନ୍ତ ନାୟକ ଓରଫ ପିନୁ...

ଧଉଳି: ଗତକାଲି ଅପରାହ୍ଣରେ ଧଉଳି ପାହାଡ଼ ହାତୀପାର୍କ ନିକଟରେ ଜଣେ ଯୁବକଙ୍କୁ ହୋଇଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ପୁଲିସ କାହାକୁ ବି ଗିରଫ କରିପାରିନାହିଁ। ୮/୧୦ଜଣ ଯୁବକ ସ୍ଥାନୀୟ ନଖାଉର ଗାଁର ରଜନୀକାନ୍ତ ନାୟକ ଓରଫ ପିନୁଙ୍କୁ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ ସ୍ପଷ୍ଟ ଭାବେ ରହିଥିଲେ ହେଁ ଧଉଳି ଥାନା ପୁଲିସ ସେମାନଙ୍କୁ ଠାବ କରିପାରିନାହିଁ। ସେମାନେ ପୁରୁଣା ଭୁବନେଶ୍ବର, ପିପିଲି ଓ ଧଉଳି ଥାନା ଅଞ୍ଚଳର ବୋଲି ପୁଲିସ ଚିହ୍ନଟ କରିଥିବା ସୂଚନା ମିଳିଛି। ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ପିନୁ ଏବେ ଆଇସିୟୁରେ ଚିକିତ୍ସତ ହେଉଛନ୍ତି। ଆକ୍ରମଣକାରୀମାନେ ମଦବୋତଲରେ ପିଟି ତାଙ୍କ ମୁଣ୍ଡକୁ ଫଟାଇ ଦେଇଛନ୍ତି ଏବଂ ରଡ୍‌ରେ ପିଟି ତାଙ୍କ ଗୋଡ଼ହାତ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ଆକ୍ରମଣକାରୀ ଧଉଳି ପାହାଡ଼ରେ ଭୋଜି କରୁଥିଲେ। ସେମାନଙ୍କ ମଧ୍ୟରେ ଥିବା ଜଣେ ଯୁବକଙ୍କ ସହ ପିନୁଙ୍କର ତିକ୍ତତା ଥିଲା। ତାଙ୍କୁ ମାଡ଼ ମାରିବା ପାଇଁ ପିନୁ ବହୁ ଦିନ ହେଲା ଖୋଜୁଥିଲେ। ଗତକାଲି ଅପରାହ୍ଣ ପ୍ରାୟ ୪ଟା ବେଳେ ପିନୁ ଭୋଜିସ୍ଥଳରୁ ଅନତି ଦୂରରେ ସେହି ଯୁବକଙ୍କୁ ପାଇ ମାଡ଼ ମାରିଥିଲେ। ଭୋଜି କରୁଥିବା ଯୁବକମାନେ ଏହି ଖବର ପାଇବା ପରେ ପିନୁଙ୍କ ପିଛା କରିଥିଲେ। ଦୁର୍ଭାଗ୍ୟକୁ ପିନୁ ସେମାନଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ୮/୧୦ଜଣଯାକ ପିନୁଙ୍କୁ ଘେରି ଯାଇ ପିଟିବା ଆରମ୍ଭ କରିଦେଇଥିଲେ। ୨ଜଣ ୨ଟି ମଦବୋତଲରେ ତାଙ୍କ ମୁଣ୍ଡକୁ ପିଟି ରକ୍ତାକ୍ତ କରିଦେଇଥିଲେ। ପ୍ରାଣ ବିକଳରେ ପିନୁ ଦୌଡ଼ିଥି‌ଲେ ହେଁ ଆକ୍ରମଣକାରୀମାନଙ୍କ କବଳରୁ ମୁକୁଳି ପାରିନଥିଲେ। ଘଟଣାସ୍ଥଳରେ କିଛି ଦେଖଣାହାରୀ ଥିଲେ ହେଁ ରକ୍ତମୁଖା ଆକ୍ରମଣକାରୀମାନଙ୍କୁ ମୁକାବିଲା କରିବାକୁ ସେମାନଙ୍କ ଜୁ ନଥିଲା। ପିନୁ ଗୁରୁତର ହୋଇପଡ଼ିବା ପରେ ସେମାନେ ବାଇକ୍‌, ସ୍କୁଟି ଚଳାଇ ପଳାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ପିନୁଙ୍କୁ ହସ୍ପିଟାଲ ପଠାଇଥିଲେ।
📲Get App