🔥 ट्रेंडिंग कर्नाटक FDA ने 254 फार्मा कंपनियों पर... भारी बारिश से निंबड़ी चांदावता के खेतो... एमएसआरटीसी बस का दुर्घटना: बेलापुर फॉल... हिंदू व्यापारी की हत्या के मामले में द... डिज़ाइन विफलता से हुई मृत्यु पर सड़क ए... ईपीई पर बस का ट्रक से टकराव, ड्राइवर घ...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
ଭାରତ ମସଲାର ୨୭ତମ ପ୍ରତିଷ୍ଠା ଦିବସ ଓ ଭାରତ ପ୍ରତିଭା ସମ୍ମାନ ସମାରୋହ: ‘ଧୈର୍ଯ୍ୟ, ଶ୍ରମ, ସାଧନା ଓ ସଂଘର୍ଷରୁ ସଫଳତା ମିଳେ’
स्थानीय

ଭାରତ ମସଲାର ୨୭ତମ ପ୍ରତିଷ୍ଠା ଦିବସ ଓ ଭାରତ ପ୍ରତିଭା ସମ୍ମାନ ସମାରୋହ: ‘ଧୈର୍ଯ୍ୟ, ଶ୍ରମ, ସାଧନା ଓ ସଂଘର୍ଷରୁ ସଫଳତା ମିଳେ’

✍️ रिपोर्टर: Deepak Mahapatra 🗓 15 सित. 2026, 11:36 AM 👁 46
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post

ଆଜିର ଯୁବପିଢ଼ି ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ପଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବା ଉଚିତ। ସହିଦଭବନରେ ଆୟୋଜିତ ଜୟ ଭାରତ ଫାଉଣ୍ଡେସନ୍‌ର ୨୭ତମ ଭାରତ ପ୍ରତିଭା...

କଟକ: ଆଜିର ଯୁବପିଢ଼ି ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ପଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବା ଉଚିତ। ସହିଦଭବନରେ ଆୟୋଜିତ ଜୟ ଭାରତ ଫାଉଣ୍ଡେସନ୍‌ର ୨୭ତମ ଭାରତ ପ୍ରତିଭା ସମ୍ମାନ ପ୍ରଦାନ ସମାରୋହ ଓ ଭାରତ ମସଲାର ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହା କହିଛନ୍ତି।ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ କିମ୍‌ସ ଓ କିଟ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ, ବିଜେପି ନେତା ଶ୍ରୀତମ ଦାସ ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ବାନ ଦେଇଥିଲେ। ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ସଂସ୍ଥାର ସଫଳତା ପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ଶ୍ରେୟ ଦେଇଥିଲ। କିମ୍‌ସ ଓ କିଟ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ‘ଭାରତ ଗୌରବ ସମ୍ମାନ’, ଭାରତୀୟ ନୌସେନାର ଭାଇସ୍ ଆଡ୍‌ମିରାଲ୍‌ ରମାକାନ୍ତ ପଟ୍ଟନାୟକଙ୍କୁ ‘ସେବା ଭାରତ ସମ୍ମାନ’, ବିଶିଷ୍ଟ ଭାଷା ତତ୍ତ୍ବବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘କଥା ଭାରତ ସମ୍ମାନ’, ସୁନାମଧନ୍ୟା କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କୁ ‘ସଂସ୍କୃତି ଭାରତ ସମ୍ମାନ’, ସଫଳ କ୍ରିକେଟର ରାଜେଶ କୁମାର ମହାନ୍ତିଙ୍କୁ ‘କ୍ରୀଡ଼ା ଭାରତ ସମ୍ମାନ’, ସମ୍ବଲପୁର ବଦ୍ରିବାହାଲ ବାମରା ଅଞ୍ଚଳର ଲଘୁ ଉଦ୍ୟୋଗୀ ଲତା ବାଗ୍ ଓ ପୁଷ୍ପଲତା ସାହୁଙ୍କୁ ‘ଉଦ୍ୟୋଗ ଭାରତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।ଏହାସହ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ଟପର କମଳାକାନ୍ତ ରଣା, ଶୁଭମ୍ ନାୟକ ଓ ଅଙ୍କିତା ନାୟକଙ୍କୁ ‘ବିଦ୍ୟାଭାରତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଭାରତ ମସଲା ଜେନେରାଲ ମ୍ୟାନେଜର (ଅପରେସନ୍‌) ଅରୁଣ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଜୟ ଭାରତ ଫାଉଣ୍ଡେସନ୍ ସଂପାଦିକା ନନ୍ଦିତା ପଣ୍ଡା ଓ ସହଯୋଗୀ ସଂପାଦକ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସଂପାଦନାରେ ପ୍ରକାଶିତ ବାର୍ଷିକ ସାହିତ୍ୟ ପତ୍ରିକା ‘ସମ୍ଭବାମି ଭାରତ’ ଉନ୍ମୋଚିତ ହୋଇଥିଲା। ଭାରତ ମସଲା ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା ଓ ନିର୍ଦ୍ଦେଶିକା ଏସ୍‌ଏନ୍ ମିଲେନିୟମ୍‌, ଜିଏମ୍ ବିପିନ୍ ରାଉତ, ଜିଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲା, ରାଜ୍ୟ ଓ ବିଦେଶରୁ ଆସିଥିବା ସଫଳ ବିତରକ, ବିକ୍ରେତା ଓ ଭାରତ ମସଲାରେ କର୍ମରତ ଶ୍ରେଷ୍ଠ କର୍ମଚାରୀଙ୍କୁ କାର୍ଯ୍ୟକ୍ରମର ଅତିଥି ଏସ୍‌ସିବି ମେଡିକାଲ ମାନସିକ ବିଭାଗ ଡାକ୍ତର ଅଶ୍ରୁମୋଚନ ସାହୁ ସମ୍ମାନିତ କରିଥିଲେ। ପ୍ରଜ୍ଞା ହୋତା ଓ ଗ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
📲Get App