🔥 TRENDING Bihar CM Nitish Kumar Announces Long‑T... Rare water spout captured on camera in... Stone-throwing on Mumbai‑Agra Highway... खानपुर पुलिस ने देशी कट्टा और कारतूस क... स्वदेशी वस्तुओं के उपयोग से आत्मनिर्भर... Taylor Swift Wins Top Honors at VMAs 2...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ସରକାରୀ ଚାକିରି ନାଁରେ ୨ ଲକ୍ଷ ଠକେଇ, ଅଭିଯୁକ୍ତ କନେଷ୍ଟବଳ ଗିରଫ
Crime

ସରକାରୀ ଚାକିରି ନାଁରେ ୨ ଲକ୍ଷ ଠକେଇ, ଅଭିଯୁକ୍ତ କନେଷ୍ଟବଳ ଗିରଫ

✍️ Reporter: Deepak Mahapatra 🗓 14 Sep 2026, 12:50 PM 👁 37
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୂଆପଡା ପୁଲିସ ଜଣେ କନେଷ୍ଟେବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଯୋଗେନ୍ଦ୍ର ବାଗ (୩୯)। ସେ କନଷ୍ଟେବଳ ନମ୍ବର ୧୦୫ ଭାବେ ଲଖନା ଥାନାରେ କାର୍ଯ୍ୟରତ ଥିଲେ।

ଟଙ୍କା ଫେରସ୍ତ ନକରିବାରୁ ଅଭିଯୋଗ
ପୁଲିସ ସୂଚନା ଅନୁଯାୟୀ, ସିନାପାଲି ଥାନା ଅନ୍ତର୍ଗତ ଡଙ୍ଗରଗାଁର ଜଣେ ବାସିନ୍ଦା ସେପ୍ଟେମ୍ବର ୧୧ ତାରିଖରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକାରୀଙ୍କୁ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଯୋଗେନ୍ଦ୍ର ତାଙ୍କଠାରୁ ୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ଦିଆଯାଇଥିବା ଟଙ୍କା ଜାନୁଆରୀ ୨୧, ୨୦୨୬ରେ ଅଭିଯୁକ୍ତଙ୍କ ଏସ୍‌ବିଆଇ ଖାତାରେ ଜମା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ଟଙ୍କା ନେବା ପରେ ଅଭିଯୁକ୍ତ ନା ଚାକିରି କରାଇଥିଲେ ନା ଟଙ୍କା ଫେରସ୍ତ କରିଥିଲେ। ଏନେଇ ବାରମ୍ବାର ତାଗିଦ୍ କରାଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ନକରିବାରୁ ଅଭିଯୋଗ ଦାଖଲ ହୋଇଥିଲା।
📲Get App