🔥 TRENDING Arunachal Governor Bestows Tourism Awa... West Kameng Police Arrest Suspect in P... President Droupadi Murmu meets student... Jammu & Kashmir Government Declares No... BJP tables motion to oust J&K Assembly... Jammu & Kashmir Assembly Demands Immed...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ଚାଷ ଜମିରେ ବଉଳା କୁମ୍ଭୀର; ମାଛ ଧରିବା ଲଞ୍ଜାରେ ପଡ଼ିଲା ୬ ଫୁଟର କୁମ୍ଭୀର
Agriculture

ଚାଷ ଜମିରେ ବଉଳା କୁମ୍ଭୀର; ମାଛ ଧରିବା ଲଞ୍ଜାରେ ପଡ଼ିଲା ୬ ଫୁଟର କୁମ୍ଭୀର

✍️ Reporter: Deepak Mahapatra 🗓 12 Sep 2026, 12:18 PM 👁 55
Share: 💬 WhatsApp 📘 Facebook 𝕏 Post

କେନ୍ଦ୍ରାପଡ଼ା ରାଜନଗର ବ୍ରାହ୍ମଣୀକୋଲା ଗାଁ ଚାଷ ଜମିରେ ମାଛ ଧରିବା ପାଇଁ ବସାଯାଇଥିବା ଲଞ୍ଜାରେ ପଡ଼ିଲା ୬ ଫୁଟର ବଉଳା କୁମ୍ଭୀର। ବନବିଭାଗ କଲା ଉଦ୍ଧାର। ମାଛ ଖାଇବା ପାଇଁ କୁମ୍ଭୀରଟି ଚାଷ ଜମିକୁ ପ୍ରବେଶ କରିଥିବା କୁହାଯାଉଛି ।

କେନ୍ଦ୍ରାପଡ଼ା: ବିଲରେ ବଉଳା କୁମ୍ଭୀର। ମାଛ ଧରିବା ପାଇଁ ବାସଯାଇଥିବା ଲଞ୍ଜାରେ ପଡିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁ ଚାଷ ଜମିରେ ବର୍ଷାପାଣି ଜମି ରହିଛି । ଲୋକେ ମାଛ ଧରିବା ପାଇଁ ଗତକାଲି ରାତିରେ ଜମିର ଶେଷ ମୁଣ୍ଡରେ ଲଞ୍ଜା ବସାଇଥିଲେ । ଆଜି ସକାଳୁ ସେଥିରେ ଏକ ବିରାଟ ବଉଳା କୁମ୍ଭୀର ପଶିଥିବାର ଦେଖି ଲୋକେ ଭୟଭୀତ ହୋଇଯାଥିଲେ । ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି କୁମ୍ଭୀର ଟିକୁ ଉଦ୍ଧାର କରିଛି।ମାଛ ଖାଇବା ପାଇଁ କୁମ୍ଭୀରଟି ଚାଷ ଜମିକୁ ପ୍ରବେଶ କରିଥିବା କୁହାଯାଉଛି ।କୁମ୍ଭୀରକୁ ଦେଖିବା ପରେ ଜମି ମଧ୍ୟକୁ ଯିବାକୁ ଭୟ କରୁଛନ୍ତି ଲୋକେ
ବାରମ୍ବାର ରାଜନଗର ଅଂଚଳରେ କୁମ୍ଭୀର ପାଦୁର୍ଭାବ ବଢ଼ିବାରେ ଲାଗିଛି। କେତେବେଳେ ଗାଁ କେନାଲ ତ ଆଉ କେତେବେଳେ ଲୋକଙ୍କ ପୋଖରୀ ମଧ୍ୟରେ କୁମ୍ଭୀର ପଶି ଲୋକଙ୍କୁ ଆତଙ୍କିତ କରୁଛି। ଚାଷ ଜମିରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଷ ଜମିରେ ପାଣି ଭର୍ତି ହୋଇ ରହିଥିବାରୁ ଲୋକେ କୁମ୍ଭୀରକୁ ଦେଖିବା ପରେ ଜମି ମଧ୍ୟକୁ ଯିବାକୁ ଭୟ କରୁଛନ୍ତି ।
📲Get App