🔥 ट्रेंडिंग लुइज़ियाना में 70‑फ़ुट टिंबर पट्टी पर... उत्तर प्रदेश में तेज़ बारिश से 56 मौते... ड्वारका एक्सप्रेसवे पर थार SUV ने मोटर... विराट कोहली ने तिरुवनंतपुर में वेस्टइं... स्वास्थ्य मंत्रालय ने किडनी क्षति रोकन... पंजाब के लवली प्रोफेशनल यूनिवर्सिटी मे...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ବିବାହିତ ଯୁବକ ନିଖୋଜ
अपराध

ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ବିବାହିତ ଯୁବକ ନିଖୋଜ

✍️ रिपोर्टर: Deepak Mahapatra 🗓 12 सित. 2026, 01:20 PM 👁 54
यहाँ देखें: ▶️ YouTube 📘 Facebook 📷 Instagram
शेयर करें: 💬 WhatsApp 📘 Facebook 𝕏 Post

ଶିବରାମ ମହିଳାଙ୍କୁ ଭଲ ପାଉଥିବାରୁ ପରିବାର ସହ କଳି ଝଗଡା ହେଉଥିଲା l ଶିବରାମଙ୍କ ନିଜ ପତ୍ନୀ ଓ ତାଙ୍କ ପରିବାର ମହିଳାଙ୍କ ସହ ନ ମିଶିବାକୁ ବାରଣ କରୁଥିଲେ ହେଁ ସେ ମାନୁ ନ ଥିଲେ l ପୁଲିସ ଘଟଣାର ତଦନ୍ତ ଚଳାଇଛି l

ରାଉରକେଲା: ପାରିବାରିକ କଳହରୁ ଉତ୍ତେଜିତ ହୋଇ ଜଣେ ମହିଳାଙ୍କ ଆଗରେ ପୋଲ ଉପରୁ ବ୍ରାହ୍ମଣୀନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ l ଆଜି ସକାଳ ପ୍ରାୟ ୮ଟାରେ ବ୍ରାହ୍ମଣୀ ନୂଆ ପୋଲ ଉପରେ ଏମିତି ଅଭାବନୀୟ ଘଟଣା ଘଟିଛି l ବ୍ରାହ୍ମଣୀତରଙ୍ଗ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି lଗାଡ଼ିଚାଳକ ପୁଲିସ ଓ ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେଇଥିଲେ
ଉଦିତନଗରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ଶିବରାମ ସାହୁ ପରିବାର ସହ ରହନ୍ତି l ଆଜି ସକାଳେ କୌଣସି କଥାକୁ ନେଇ ପରିବାରରେ କଳି ଝଗଡା ହୋଇଥିଲା l ଶିବରାମ ପ୍ଲାଣ୍ଟସାଇଟରେ ରହୁଥିବା ଜଣେ ମହିଳାଙ୍କୁ ଡାକିଥିଲେ l ମହିଳା ଜଣକ ଘରେ ପହଂଚିବାପରେ ଶିବରାମ କଥା ହୋଇଥିଲେ l ପରେ ତାଙ୍କୁ ନିଜ କାରରେ ବସାଇ ବେଦବ୍ୟାସ ଟିସିଆଇ ଛକ ପର୍ଯ୍ୟନ୍ତ ଯାଇଥିଲେ l ସେଠାରେ ତାଙ୍କ ଆଗରେ କାର ଭିତରେ କିଛି ଔଷଧ ଖାଇଦେଇଥିଲେ l ମହିଳା ଜଣକ ବାରଣ କରିବା ସହ ବୁଝାସୁଝା କେଇଥିଲେ ଶିବରାମ ମାନି ନଥିଲେ l ସେଠାରୁ ତାଙ୍କୁ ପୁଣି ଗାଡ଼ିରେ ବସାଇ ବ୍ରାହ୍ମଣୀ ନୂଆ ପୋଲ ଉପରୁ ଆସିଥିଲେ l ମହିଳା ଜଣକ ପଛ ସିଟରେ ଗାଡ଼ିରେ ବସିଥିବା ବେଳେ ଶିବରାମ ହଠାତ ଓହ୍ଲାଇ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ l ମହିଳା ଜଣକ ଗାଡ଼ିରୁ ବାହାରି ଶିବରାମଙ୍କୁ ବଞ୍ଚାଇବାକୁ ପାଟି କରିଥିଲେ l ରାସ୍ତାରେ ଯାଉଥିବା ଗାଡ଼ିଚାଳକ ଏ ସଂକ୍ରାନ୍ତରେ ପୁଲିସ ଓ ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେଇଥିଲେ l

କୁହାଯାଉଛି ଶିବରାମ ମହିଳାଙ୍କୁ ଭଲ ପାଉଥିବାରୁ ପରିବାର ସହ କଳି ଝଗଡା ହେଉଥିଲା l ଶିବରାମଙ୍କ ନିଜ ପତ୍ନୀ ଓ ତାଙ୍କ ପରିବାର ମହିଳାଙ୍କ ସହ ନ ମିଶିବାକୁ ବାରଣ କରୁଥିଲେ ହେଁ ସେ ମାନୁ ନ ଥିଲେ l ପୁଲିସ ଘଟଣାର ତଦନ୍ତ ଚଳାଇଛି l
📲Get App