🔥 TRENDING खानपुर पुलिस ने देशी कट्टा और कारतूस क... स्वदेशी वस्तुओं के उपयोग से आत्मनिर्भर... Taylor Swift Wins Top Honors at VMAs 2... Actor Adam Brody Calls for ‘Free Pales... Taylor Swift Wins Video of the Year at... वेस्टइंडीज के खिलाफ शतक जड़ने वाले दो...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ ସାରା ଓଡ଼ିଶାରେ 'ଦାସିଆ ଅଜା' ନାମରେ ପରିଚିତ
Local

ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ ସାରା ଓଡ଼ିଶାରେ 'ଦାସିଆ ଅଜା' ନାମରେ ପରିଚିତ

✍️ Reporter: Deepak Mahapatra 🗓 12 Sep 2026, 02:17 PM 👁 83
Share: 💬 WhatsApp 📘 Facebook 𝕏 Post
ଖ୍ୟାତ ସ˚ଗ୍ରାହକ ତଥା ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ ସାରା ଓଡ଼ିଶାରେ 'ଦାସିଆ ଅଜା' ନାମରେ ପରିଚିତ। ଅତି ସାଧାରଣ ପରିବାରରେ ଜନ୍ମିତ ଦାସିଆ ଅଜା ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। କିନ୍ତୁ ବହି ପଢ଼ିବା ଥିଲା ତାଙ୍କର ନିଶା। ଏଇ ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ପୁସ୍ତକ ସଂଗ୍ରହ ନିଶା। ଏଥିପାଇଁ ସେ ସାରା ଓଡ଼ିଶା ଯାତ୍ରା କରିଥିଲେ। ଅଧା ଲଙ୍ଗଳା ବେଶରେ ସେ ଗାଁ-ଗଣ୍ତା, ସହର-ବଜାରରେ ଦ୍ବାର-ଦ୍ବାର ବୁଲିଥିଲେ। ତାଙ୍କ ବେଶ-ପୋଷାକ ଓ ଜୀବନ ପ୍ରଣାଳୀ ଅତି ସାଧାରଣ ଥିଲା। ହାତରେ ଧରୁଥିଲେ ଖଣ୍ତେ ଠେଙ୍ଗା। କାନ୍ଧରେ ପଡ଼ିଥିଲା ଝୁଲାମୁଣିଟିଏ। ମୁଠାଏ ମୁଢ଼ି ଓ କପେ ଚାହାରେ ତାଙ୍କର ସାରା ଦିନ ଚଳିଯାଉଥିଲା। ସମସ୍ତଙ୍କଠାରୁ ମାଗି ମାଗି ପୁସ୍ତକ, ପତ୍ର-ପତ୍ରିକା, ପୋଥି, ବିଭିନ୍ନ ପୁରାତନ ସାଂସ୍କୃତିକ ସନ୍ତକ ଆଦି ସ˚ଗ୍ରହ କରିଥିଲେ। ନିପଟ ପାହାଡ଼ ଜଙ୍ଗଲ ଘେରା ମଫସଲ ଗାଁ ନୟାଗଡ଼ର ଉଦୟପୁରରେ ପ୍ରତିଷ୍ଠା କରିପାରିଥିଲେ ଏକ ଜାତୀୟ ସ୍ତରୀୟ ପାଠାଗାର, ସ˚ଗ୍ରହାଳୟ, ସାହିତ୍ୟ ସ˚ସଦ ଓ ଗବେଷଣାଗାର, ଯେଉଁଟି ସମଗ୍ର ବିଶ୍ବରେ ବିରଳ ଓ ବିସ୍ମୟ। ପାଠାଗାର ସ˚ଗ୍ରହାଳୟରେ ପୃଥିବୀର ବିଭିନ୍ନ ଭାଷାର ଦୁଇ ଲକ୍ଷରୁ ଅଧିକ ପୁସ୍ତକ, ପତ୍ର-ପତ୍ରିକା, ପୋଥି ଆଦି ଗଚ୍ଛିତ ହୋଇ ରହିଛି। ଦାସିଆ ଅଜାଙ୍କ ମହାନ ସା˚ସ୍କୃତିକ ସମ୍ଭାର ଆଜି ରାଜ୍ୟ ତଥା ଦେଶ-ବିଦେଶର ବହୁ ପାଠକ, ଗବେଷକ,ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କ ପାଇଁ ଏକ ତୀର୍ଥକ୍ଷେତ୍ରରେ ପରିଣତ ହୋଇଛି। ଦାସିଆ ଅଜାଙ୍କୁ ଏହି ମହାନ କାର୍ଯ୍ୟରେ ସହଯୋଗ କରିଥିଲେ ସହଧର୍ମିଣୀ ପୌର୍ଣ୍ଣମାସୀ ଦେବୀ। ଓଡ଼ିଶାର ଲେଖକମାନଙ୍କ ନିକଟକୁ ପ୍ରତିଦିନ ଶହେରୁ ଅଧିକ ପୋଷ୍ଟକାର୍ଡ‌୍‌ ଲେଖି, ପ୍ରେରଣ କରିବା ଥିଲା ତାଙ୍କ ବ୍ୟକ୍ତିତ୍ବର ଏକ ପ୍ରମୁଖ ଦିଗ। ୧୯୯୭ ସେପ୍‌ଟେମ୍ବର ଆଜି ତାରିଖରେ ଦାସିଆ ଅଜାଙ୍କ ପରଲୋକ ହୋଇଥିଲା।
📲Get App