🔥 TRENDING મહુવા પ્રદેશ સહકારી ખાંડ મંડળીની ચૂંટણ... दिल्ली पुलिस ने जालसाजों के गिरोह का प... પંથોડા ગામની આંગણવાડીમાં બાળકોને પ્રોત... માંડવીના બલેઠી ગામે પર્યાવરણ સંરક્ષણ અ... युवती ने ATM से लूटे 42 लाख रुपये, पुल... बीकानेर: खिंयाणा धाम में 4 अक्टूबर को...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା
Crime

ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

✍️ Reporter: Deepak Mahapatra 🗓 11 Sep 2026, 12:38 PM 👁 75
Share: 💬 WhatsApp 📘 Facebook 𝕏 Post

ବରଗଡ଼ ଜିଲ୍ଲା ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାମ ଅଚ୍ୟୁତାନନ୍ଦ ନାୟକ।

ଚିନାଜୁରୀ କେବାଡ କେନାଲ ରୋଡରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

କିଏ ଓ କାହିଁକି ତାଙ୍କୁ ଗୁଳି କଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ବରଗଡ଼ ଜିଲ୍ଲା ବରପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଅଚ୍ୟୁତାନନ୍ଦ ନାୟକଙ୍କ ବାପା ସଭାପତି ନାୟକ କହିଛନ୍ତି ଯେ ସେ ଗତକାଲି ଏକ କାରରେ ବରଗଡ଼ ଯାଇଥିଲେ। କେହି ଜଣେ ତାଙ୍କୁ ବରଗଡ଼ ଆସି ଟଙ୍କା ନେଇ ଯିବାକୁ କହିଥିଲେ। କିନ୍ତୁ ସିନାଜୋରି କେବାଡ କେନାଲ ରୋଡରୁ ତାଙ୍କ ମୃତଦେହ ଠାବ କରାଯାଇଛି।ଟଙ୍କା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଏକାଧିକ ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଅଚ୍ୟୁତାନନ୍ଦ କୈ।ଣସି ଦଳର ନଥିଲେ। ତଥାପି ଟଙ୍କା କାରବାର ବାଦ୍ ଏହା ଏକ ରାଜନୀତିକ ହତ୍ୟାକାଣ୍ଡ ବି ହୋଇଥାଇପାରେ ବୋଲି ଆଲୋଚନା କରାଯାଉଛି।

ଖବର ଲେଖାଯିବା ସୁଦ୍ଧା ଏହି ଘଟଣା ତଦନ୍ତ କେଉଁ ଜିଲ୍ଲାର ପୁଲିସ କରିବ, ତାହା ସ୍ପଷ୍ଟ ହୋଇପାରିନାହିଁ। ଘଟଣାସ୍ଥଳ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଧୀନରେ ଯାଉଛି ନା ବରଗଡ଼ ଜିଲ୍ଲା ବରପାଲି ପୁଲିସ ଅଧୀନରେ ଯାଉଛି, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସୀମା ନିର୍ଦ୍ଧାରଣ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
📲Get App