🔥 TRENDING प्रजापत समाज ने गणेश चतुर्थी का पर्व ध... आजादी के बाद से अधूरी सड़क: छपरा से रा... બ્રેકિંગ બેંકોની દેશવ્યાપી હડતાળ ટળી આ... Two Arrested for Displaying Criminal’s... Analyst Criticizes Taylor Swift’s ‘Cle... Taylor Swift Shines in Black‑Silver Go...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
କଣ୍ଟେନରର ସିକ୍ରେଟ୍‌ ଚାମ୍ବରରେ ୪୮ ବସ୍ତା ଗଞ୍ଜେଇ
Crime

କଣ୍ଟେନରର ସିକ୍ରେଟ୍‌ ଚାମ୍ବରରେ ୪୮ ବସ୍ତା ଗଞ୍ଜେଇ

✍️ Reporter: Deepak Mahapatra 🗓 09 Sep 2026, 03:02 PM 👁 50
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ସମ୍ବଲପୁରରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଶାସନ ଟୋଲ୍ ପ୍ଲାଜା ନିକଟରେ ଚଢ଼ାଉ ସମୟରେ ଏକ କଣ୍ଟେନର ଭିତରେ ସ୍ୱତନ୍ତ୍ର ଚାମ୍ବର କରି ନିଆଯାଉଥିଲା ଗଞ୍ଜେଇ ।

ଚଢ଼ାଉ କରି ୪୮ ବସ୍ତା ଗଞ୍ଜେଇ ଜବତ ହୋଇଛି। ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ଅଧିକ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି ।
ସେହିପରି ବନିକା ଥାନା ପିତେଇପାଲି ଗାଁ ପାଖରେ କ୍ରେଟା କାରରେ ଚାଲାଣ ହେଉଥିଲା ଗଞ୍ଜେଇ । ଖବର ପାଇଁ ମାଡି ବସିଲା ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାର ଭିତରୁ ୩୦ ପେକେଟ ଗଞ୍ଜେଇ ମିଳିଥିଲା ।ଯାହାର ଓଜନ ସାଢେ ୨୯ କେଜି ହୋଇଥିବାର ସୂଚନା ମିଳିଛି । ଏହା ସହ ୨ ଟି ମୋବାଇଲ ଫୋନ ଏବଂ କାରକୁ ଜବତ କରିବା ସହ ୨ ଜଣ ମାଫିଆକୁ ଗିରଫ କରିଛି ପୋଲିସ । ଗିରଫ ମାଫିଆମାନେ ହେଲେ ବିହାର ରାଜ୍ୟ ଭଜବଲପୁର ଥାନା ଡ଼ମୁନିଆ ଗାଁର ଗୋପୀ କୁମାର (୩୨) ଏବଂ ବିନିକା ଥାନା ମହାଦେବପାଲି ପଞ୍ଚାୟତ ପଧାନପାଲି ଗାଁର ସୁଷମା ଖୁରା (୪୦) I
📲Get App