🔥 TRENDING त्यागराज स्टेडियम में ‘वैश्य कुल सांस्... राजकीय सीनियर सेकेंडरी स्कूल के कंप्यू... BTS Makes History at 2026 MTV VMAs, Wi... Vidya Vox Raises Alarm: AI Steals from... Mumbai to Experience Light Rain and Th... Bank of Maharashtra Stock Sees RSI Tre...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ବିଧାନସଭା ମୌସୁମୀ ଅଧିବେଶନରେ ଆସିବ ୫ରୁ ୬ଟି ବିଲ୍ , ୨୧ରେ ସର୍ବଦଳୀୟ ବୈଠକ
Politics

ବିଧାନସଭା ମୌସୁମୀ ଅଧିବେଶନରେ ଆସିବ ୫ରୁ ୬ଟି ବିଲ୍ , ୨୧ରେ ସର୍ବଦଳୀୟ ବୈଠକ

✍️ Reporter: Deepak Mahapatra 🗓 09 Sep 2026, 02:56 PM 👁 49
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଆସନ୍ତା ୨୨ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ୫ରୁ ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ ହେବ। ମୌସୁମୀ ଅଧିବେଶନ ପୂର୍ବରୁ ସେପ୍ଟେମ୍ବର ୨୧ତାରିଖରେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିବା ଜଣାପଡ଼ିଛି।

ଆସନ୍ତା ୨୨ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ୫ରୁ ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ ହେବ। ମୌସୁମୀ ଅଧିବେଶନ ପୂର୍ବରୁ ସେପ୍ଟେମ୍ବର ୨୧ତାରିଖରେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିବା ଜଣାପଡ଼ିଛି।ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଶାସକ ଦଳ ଯେକୌଣସି ଜନହିତକର ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବିରୋଧୀ ଯେଉଁସବୁ ଦାବି କିମ୍ବା ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ, ତାହାର ଉପଯୁକ୍ତ ଜବାବ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ବିରୋଧୀ ଦଳ ମଧ୍ୟ ଗୃହ ମଧ୍ୟରେ ଅର୍ଥପୂର୍ଣ୍ଣ ତର୍କବିତର୍କରେ ଭାଗ ନେଇ ନିଜର ଦାୟିତ୍ୱ ନିର୍ବାହ କରିବା ଉଚିତ ବୋଲି ସେ କହିଛନ୍ତି।

ଆଗାମୀ ଅଧିବେଶନରେ ସରକାର ୫ରୁ ୬ଟି ବିଲ୍ ଉପସ୍ଥାପନ କରିବାକୁ ଯୋଜନା ରହିଛି। ଅଧିବେଶନ ପୂର୍ବରୁ ସେପ୍ଟେମ୍ବର ୨୧ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତାଙ୍କ ସମେତ ବିଭିନ୍ନ ଦଳର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିବେ। ଗୃହର ସୁପରିଚାଳନା ତଥା ବିଧାନସଭାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବା ନିମନ୍ତେ କାର୍ଯ୍ୟ ପରାମର୍ଶଦାତା କମିଟିର ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ସ୍ୱଳ୍ପକାଳୀନ ଅଧିବେଶନରେ ଏମଏମଡିଆର ଆକ୍ଟ ସଂଶୋଧନ, ପାଠ୍ୟପୁସ୍ତକରେ ତ୍ରୁଟି, ଚାଷୀ ସମସ୍ୟା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରୁଛି। ସପ୍ତଦଶ ବିଧାନସଭାର ଏହି ଅଧିବେଶନ ଚଳିତମାସ ୨୨ ତାରିଖରୁ ଅକ୍ଟୋବର ୩ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମୌସୁମୀ ଅଧିବେଶନରେ ମୋଟ ୭ଟି ସରକାରୀ କାର୍ଯ୍ୟଦିବସ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ସାମିଲ ରହିଛି।
📲Get App