🔥 TRENDING खानपुर पुलिस ने देशी कट्टा और कारतूस क... स्वदेशी वस्तुओं के उपयोग से आत्मनिर्भर... Taylor Swift Wins Top Honors at VMAs 2... Actor Adam Brody Calls for ‘Free Pales... Taylor Swift Wins Video of the Year at... वेस्टइंडीज के खिलाफ शतक जड़ने वाले दो...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ଫୁଟବଲ ଖେଳୁଥିବା ବେଳେ ହେଲା ବଜ୍ରପାତ; ଜଣେ ମୃତ, ୨ ଗୁରୁତର
Local

ଫୁଟବଲ ଖେଳୁଥିବା ବେଳେ ହେଲା ବଜ୍ରପାତ; ଜଣେ ମୃତ, ୨ ଗୁରୁତର

✍️ Reporter: Deepak Mahapatra 🗓 07 Sep 2026, 05:26 PM 👁 44
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିରିଆ ଗ୍ରାମ ପଞ୍ଚାୟତ ଖଡିଆ ବସ୍ତିରେ ରବିବାର ଏକ ଦୁଃଖଦ ଘଟଣା ଘଟିଯାଇଛି। କିଛି ପିଲା ଗାଁ ପଡ଼ିଆରେ ଫୁଟବଲ ଖେଳୁ ଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିରିଆ ଗ୍ରାମ ପଞ୍ଚାୟତ ଖଡିଆ ବସ୍ତିରେ ରବିବାର ଏକ ଦୁଃଖଦ ଘଟଣା ଘଟିଯାଇଛି। କିଛି ପିଲା ଗାଁ ପଡ଼ିଆରେ ଫୁଟବଲ ଖେଳୁ ଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଆଜି ରବିବାର ଥିବାରୁ ଅପରାହ୍ନ ପ୍ରାୟ ୩ଟା ବେଳେ ଗାଁର କିଛି ପିଲା ଫୁଟବଲ ଖେଳୁଥିଲେ। ଏହି ସମୟରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଥିଲା। ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥିଲା। ଆଉ କେହି କିଛି ବୁଝିବା ଆଗରୁ ହଠାତ୍ ହୋଇଥିଲା ବଜ୍ରପାତ।

ଏହି ବଜ୍ରପାତର ଶିକାର ହୋଇଥିଲେ ଫୁଟବଲ ଖେଳୁଥିବା ୧୫ ବର୍ଷୀୟ ଅମିତ ମିଞ୍ଜ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।୧୫ ବର୍ଷୀୟ କଷ୍ଟୁ ଗଞ୍ଜୁ ଓ ୧୬ ବର୍ଷୀୟ ସମୀର ତିର୍କୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ କୁଆରମୁଣ୍ଡା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣା ସଂପର୍କରେ ସୂଚନା ପାଇ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।
📲Get App