🔥 TRENDING नवादा: कुएं से युवक का आधा जला शव बराम... વાહન માલિકી ટ્રાન્સફર હવે આધાર OTP થી,... कमलिया-धमलिया रोड पर 6 महीने से अधूरा... पूर्व प्रधान के कथित घोटालों पर स्थानी... Nara Lokesh Highlights Movement from M... AP ICET 2026 2nd Counselling: Self‑Joi...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ଭଡ଼ାଟିଆଙ୍କ ଯାଞ୍ଚ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସର ସଚେତନତା
Local

ଭଡ଼ାଟିଆଙ୍କ ଯାଞ୍ଚ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସର ସଚେତନତା

✍️ Reporter: Deepak Mahapatra 🗓 07 Sep 2026, 01:16 PM 👁 40
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଆଜି ସିଟିର ସମସ୍ତ ଥାନା ପକ୍ଷରୁ ଥାନା ଅଞ୍ଚଳର ବିଭିନ୍ନ ସାହି ଓ ଅଞ୍ଚଳରେ ଘରମାଲିକ ଏବଂ ଭଡ଼ା ଘର ଦେଇଥିବା ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ଘରମାଲିକମାନଙ୍କୁ ନିଜ ଘରେ ରହୁଥିବା ଭଡ଼ାଟିଆଙ୍କ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଓ ପରିଚୟପତ୍ର ସଂଗ୍ରହ କରି ରଖିବା ପାଇଁ ସଚେତନ କରାଯାଇଥିଲା। ବିଶେଷକରି ବାହାର ଅଞ୍ଚଳରୁ ଆସି ଭଡ଼ା ଘରେ ରହୁଥିବା ବ୍ୟକ୍ତିମାନଙ୍କର ପରିଚୟ ଓ ଠିକଣା ସମ୍ପର୍କିତ ତଥ୍ୟ ଘରମାଲିକମାନେ ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି ପୋଲିସ ପକ୍ଷରୁ ଜଣାଇ ଦିଆଯାଇଥିଲା। ଭଡ଼ାଟିଆଙ୍କ ସଠିକ୍ ପରିଚୟ ଓ ତଥ୍ୟ ଘରମାଲିକଙ୍କ ନିକଟରେ ରହିଲେ ଆପରାଧିକ ଘଟଣାର ପ୍ରତିରୋଧ ସହିତ ଆବଶ୍ୟକ ସମୟରେ ପୋଲିସ ତଦନ୍ତ ଓ ସହାୟତା ଅଧିକ ପ୍ରଭାବଶାଳୀ ହୋଇପାରିବ। ଏହା ଘରମାଲିକ, ଭଡ଼ାଟିଆ ଓ ସମଗ୍ର ଅଞ୍ଚଳର ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରିବ। ସିଟିର ସମସ୍ତ ଥାନା ପୋଲିସ ପକ୍ଷରୁ ସମସ୍ତ ଘରମାଲିକଙ୍କୁ ନିଜ ଘରେ ରହୁଥିବା ଭଡ଼ାଟିଆଙ୍କ ସମ୍ପୂର୍ଣ୍ଣ ପରିଚୟ ଓ ଆବଶ୍ୟକ ଦଲିଲ ଯାଞ୍ଚ କରି ରଖିବା ସହ ଆବଶ୍ୟକ ସମୟରେ ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
📲Get App