🔥 TRENDING खानपुर पुलिस ने देशी कट्टा और कारतूस क... स्वदेशी वस्तुओं के उपयोग से आत्मनिर्भर... Taylor Swift Wins Top Honors at VMAs 2... Actor Adam Brody Calls for ‘Free Pales... Taylor Swift Wins Video of the Year at... वेस्टइंडीज के खिलाफ शतक जड़ने वाले दो...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ପ୍ରଶାସନ ଶୁଣିଲାଣି ! ଲୋକେ ଘର ପିଛା ଚାନ୍ଦା କରି ନିର୍ମାଣ କରୁଛନ୍ତି ରାସ୍ତା
Local

ପ୍ରଶାସନ ଶୁଣିଲାଣି ! ଲୋକେ ଘର ପିଛା ଚାନ୍ଦା କରି ନିର୍ମାଣ କରୁଛନ୍ତି ରାସ୍ତା

✍️ Reporter: Deepak Mahapatra 🗓 07 Sep 2026, 05:30 PM 👁 49
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ରାସ୍ତା ପାଇଁ ଦଶନ୍ଧି ଦଶନ୍ଧି ଧରି ପ୍ରଶାସନ ନିକଟକୁ ଦୌଡ଼ିଲେ। କିନ୍ତୁ କିଛି ଲାଭ ହେଲାନି। କେହି ସେମାନଙ୍କ ଦୁଃଖ ଶୁଣିଲେ ନାହିଁ। ଶେଷରେ ନିଜ ଗାଁକୁ ରାସ୍ତା ନିର୍ମାଣ କରିବାକୁ ନିଜେ ଭିଡ଼ିଲେ ଅଣ୍ଟା।

ଘର ପିଛା ଚାନ୍ଦା ଆଦାୟ କରି ନିର୍ମାଣ କଲେ ରାସ୍ତା। ତେବେ ତାହା ଏଯାବତ୍ ଗାଁ ପର୍ଯ୍ୟନ୍ତ ଯାଇପାରି ନାହିଁ। ତଥାପି ସେମାନେ ହାର୍ ମାନି ନାହାନ୍ତି। ଏହାକୁ ଶେଷ କରିବା ପାଇଁ ସେମାନେ ପ୍ରୟାସ ଜାରି ରଖିଛନ୍ତି। ଘଟଣାଟି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବୁଡ଼ିମିଲ୍କା ଗାଁର। ବଣ ପାହାଡ଼ ଘେରା ଏହି ଦୁର୍ଗମ ଗାଁକୁ ଆଜି ଯାଏ ସରକାର ପାଦ ଚଲା ରାସ୍ତାଟିଏ ତିଆରି କରିପାରିଲେ ନାହିଁ। ଦଶନ୍ଧି ଦଶନ୍ଧି ଧରି ଲୋକେ ପାହାଡ଼ ଚଢ଼ି ଯା’ଆସ କରୁଛନ୍ତି। ଗାଁକୁ ରାସ୍ତା ନିର୍ମାଣ ଲାଗି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗାଁ ଲୋକେ ନେହୁରା ହୋଇଛନ୍ତି। ହେଲେ ଆଜି ଯାଏ ସଲାଗୁଡ଼ା ପଞ୍ଚାୟତର ଏହି ଦୁର୍ଗମ ଗାଁକୁ ସରକାର ରାସ୍ତାଟିଏ କରିପାରିଲେ ନାହିଁ।ଦଶନ୍ଧି ପରେ ଦଶନ୍ଧି ପ୍ରଶାସନକୁ ନିଜର ଦାବି ଜଣାଇଥିଲେ ବି କିଛି ସୁଫଳ ନମିଳିବାରୁ ଗାଁ ଲୋକେ ନିଜ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ। ସେଥିପାଇଁ ଗାଁରେ ଘର ପିଛା ୨୫ ହଜାର ଟଙ୍କା ଲେଖାଏ ଠୁଳାଇବାକୁ ଯୋଜନା ହେଲା। ୧୫ଟି ପରିବାର ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ଜମା କରିବା ପରେ ଆରମ୍ଭ କରିଥିଲେ ରାସ୍ତା ନିର୍ମାଣ କାମ।ପ୍ରାୟ ୪ କିଲୋମିଟର ପାହାଡ଼କୁ କାଟି ସେମାନେ ତିଆରି କରିଛନ୍ତି ରାସ୍ତା। ସେଥିପାଇଁ ସେମାନେ ଭଡ଼ାରେ ଜେସିବି ଆଣିଥିଲେ। ତେବେ ରାସ୍ତା ପୂରା ଗାଁକୁ ଯାଇପାରିନି। ଆହୁରି କାମ ବାକି ଅଛି। ସେତକ ମଧ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗ୍ରାମବାସୀ। ସେମାନଙ୍କ ସ୍ୱପ୍ନ ସତ ହେବାକୁ ଯାଉଛି ବୋଲି କହିଛନ୍ତି ଗ୍ରାମବାସୀ। ଏହା ସହିତ କେହି ନଶୁଣିବାରୁ ସେମାନେ ଚାନ୍ଦା କରି ରାସ୍ତା ନିର୍ମାଣ କରୁଥିବା କହିଛନ୍ତି।
ବୁଡ଼ିମ୍ଲିକା ଗାଁ ଦେଇ ପ୍ରବାହିତ ହେଉଛି ଖଡ୍‌ଗ ନଦୀ। ଏହି ନଦୀର ଅପର ପାର୍ଶ୍ୱରେ ରହିଛି ପାଣ୍ଡୁବାଡ଼ି ଗାଁ। ସେଠାରେ ୫ଟି ପରିବାର ବସବାସ କରୁଛନ୍ତି। କିନ୍ତୁ ସେଠାକୁ ଯିବାଆସିବାର କୌଣସି ସୁବିଧା ନାହିଁ। ନଦୀ ଉପରେ କାଠ ପକାଇ ଅତି ବିପଜ୍ଜନକ ଭାବେ ଲୋକେ ଯିବା ଆସିବା କରିଥା’ନ୍ତି। ବର୍ଷା ଦିନେ ନଦୀରେ ପାଣି ବଢ଼ିଲେ ସେମାନଙ୍କ ଦୁଃଖ ବଢ଼ିଯାଏ। ସେମାନେ ନିଜ ପଞ୍ଚାୟତରୁ ବିଚ୍ଛିନ୍ନ ହୋଇଯାଆନ୍ତି।

ସ୍ୱାଧୀନତାର ଏତେ ବର୍ଷ ପରେ ବି ରାଜ୍ୟର ଆହୁରି ଅନେକ ଗାଁ ଭଳି ଏହି ଦୁଇଟି ଗାଁକୁ ରାସ୍ତା ତିଆରି ହୋଇପାରିନାହିଁ। ଏନେଇ ବାଲିଗୁଡ଼ା ବିଡିଓ ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି ଯେ ସେ ଏ ବିଷୟରେ ଅବଗତ ଅଛନ୍ତି। ଉକ୍ତ ଗାଁକୁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଆଗାମୀ ଦିନରେ ସେହି ଗାଁକୁ ରାସ୍ତା ନିର୍ମାଣ ପାଇଁ ଚେଷ୍ଟା କରିବୁ।
📲Get App