🔥 TRENDING धरुवार टोल प्लाजा पर हाईवे यातायात पुल... Shubman Gill and Virat Kohli each hit... India Clinches 8‑Wicket Victory Over W... Raghubir Yadav Says ‘Panchayat’ Film M... Parineeti Chopra Opens Up About Mom Gu... Sushant Singh Rajput's Sister Claims S...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ଜଳିଗଲା ୪ ବଖରା ଘର
Local

ଜଳିଗଲା ୪ ବଖରା ଘର

✍️ Reporter: Deepak Mahapatra 🗓 07 Sep 2026, 05:22 PM 👁 47
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

୪ ବଖରା ଘର ପୋଡି ପାଉଁଶ, ଜଳିଗଲେ ୫୦ ଛେଳି। କଟକ ଜିଲ୍ଲା ନିଆଳୀ ତହସିଲ୍ ଦେବୀ କନ୍ଦଳ ଦିପ।ଞ୍ଚଳ ସାଗଡାଇଲୋ ପଞ୍ଚାୟତ ସୁଆଁଲୋ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଭରତ ମଲ୍ଲିକଙ୍କ ଗୁହାଳ ଧୁଆଁରୁ ଜଳିଗଲା ୪ ବଖରା ଘର ।

ଗୁହାଳରେ ଥିବା ୬୫ ଛେଳିରୁ ୫୦ ନିଆଁରେ ପୋଡି ହୋଇ ମୃତ । ୧୫ ଛେଳି ଅର୍ଦ୍ଧ ଦଗ୍ଧ ହୋଇଥିବାର ସୂଚନା ମିଳିଛି । ଖବର ପାଇ ଅଡଶପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି ।
ଏହି ଦୁର୍ଘଟଣାରେ ୪ ବଖରା ଘର ପୋଡି ପାଉଁଶ ହୋଇଥିବା ବେଳେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ନିଆଁକୁ ବ୍ୟାପକ କରିଥିଲା ।ଭରତ ମଲ୍ଲିକଙ୍କ ଆସବାବ ପତ୍ର ସବୁ ନିଆଁରେ ଜଳିଯାଇଥିବାରୁ ପରିବାର ପାଖରେ ପିନ୍ଧିବାକୁ ବସ୍ତ୍ର କି ଖାଇବାକୁ ଖାଦ୍ୟ ନାହିଁ। ତେଣୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ଦାବି କରିଛନ୍ତି ପରିବାର ଲୋକେ ।
📲Get App