🔥 TRENDING पार्किंग को लेकर हुई मामूली कहासुनी, फ... Rohit-Shubman Opening Sparks Debate Ov... মহিলা উন্নয়ন এর জন্যে ধন্যবাদ যাত্রা ग्राम भगवानपुरा कि रिपोर्ट धरुवार टोल प्लाजा पर हाईवे यातायात पुल... Shubman Gill and Virat Kohli each hit...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ରାଉରକେଲା: ରିଙ୍ଗ ରୋଡ ରେ କେବେ ଲାଗିବ ଦୁର୍ଘଟଣାରେ ବ୍ରେକ୍।। ଟ୍ରାଫିକ ବ୍ୟବସ୍ଥା କଡାକଡି ସହ ବ୍ଲାକ ସ୍ପଟ୍ ଚିହ୍ନଟ ଦାବି।
Local

ରାଉରକେଲା: ରିଙ୍ଗ ରୋଡ ରେ କେବେ ଲାଗିବ ଦୁର୍ଘଟଣାରେ ବ୍ରେକ୍।। ଟ୍ରାଫିକ ବ୍ୟବସ୍ଥା କଡାକଡି ସହ ବ୍ଲାକ ସ୍ପଟ୍ ଚିହ୍ନଟ ଦାବି।

✍️ Reporter: Deepak Mahapatra 🗓 05 Sep 2026, 03:00 PM 👁 49
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଗତକାଲି ପ୍ଲୁଟୋନ୍ ମଲ୍ ନିକଟ ରିଙ୍ଗ ରୋଡ ରେ କାର ଧକ୍କାରେ ଜଣେ ଯୁବ ପ୍ରାଇଭେଟ୍ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ସହରର ସଡ଼କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ଗତକାଲି ନୁହେଁ , ପ୍ରାୟ ପ୍ରତିଦିନ ରିଙ୍ଗ ରୋଡ ରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି। ଦ୍ରୁତଗତିରେ ଗାଡ଼ି ଚାଳନା , ବିପରୀତ ଦିଗରେ ଗାଡ଼ି ଚାଳନା , ରାସ୍ତାର ଭୁଲ୍ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଏପ୍ରକାର ଦୁର୍ଘଟଣା ଘଟୁଥିବା ଯାଞ୍ଚ ରୁ ଜଣା ପଡୁଛି। ଆଜି କିଛି ଉଦୀୟମାନ ଯୁବକ ଉକ୍ତ ରାସ୍ତାରେ ହାତରେ ପ୍ଲାକାର୍ଡ ଧରି ସଡ଼କ ସୁରକ୍ଷା ଉପରେ ସଚେତନ କରାଇଥିଲେ। ମାତ୍ର ନିଜେ ସଚେତନ ନହେଲେ ଜିରୋ କାଜୁଆଲିଟି ସପ୍ତାହ ମନାଇବା ମୂଲ୍ୟହୀନ ହୋଇ ପଡ଼ିବ। ସହର ରେ ଥିବା ବ୍ଲକ୍ ସ୍ପଟ୍ ଗୁଡ଼ିକ ଚିହ୍ନଟ କରାଯାଇ ଦୁର୍ଘଟଣା ରୋକିବାକୁ ପ୍ରଶାସନ ଠୋସ୍ ପଦକ୍ଷେପ ନେବାକୁ ଦାବି ହେଉଛି।
📲Get App