वायरल
ଆକାଶ ଛାତିରେ ରାଜୁତି କରୁଥିବା କ୍ୟାପ୍ଟେନ୍ ପ୍ରିୟା ଅଧିକାରୀ... ନେପାଳର ପ୍ରଥମ ମହିଳା ହେଲିକପ୍ଟର କ୍ୟାପ୍ଟେନ୍ ତଥା ଉଚ୍ଚ ପାର୍ବତ୍ୟ ଅଞ୍ଚଳର ଦୁଃସାହସୀ ଉଦ୍ଧାରକାରୀ ପାଇଲଟ୍।
यहाँ देखें:
▶️ YouTube
ଇଏ ଆକାଶ ଛାତିରେ ରାଜୁତି କରୁଥିବା କ୍ୟାପ୍ଟେନ୍ ପ୍ରିୟା ଅଧିକାରୀ... ନେପାଳର ପ୍ରଥମ ମହିଳା ହେଲିକପ୍ଟର କ୍ୟାପ୍ଟେନ୍ ତଥା ଉଚ୍ଚ ପାର୍ବତ୍ୟ ଅଞ୍ଚଳର ଦୁଃସାହସୀ ଉଦ୍ଧାରକାରୀ ପାଇଲଟ୍। ନିକଟରେ ନେପାଳ-ତିବ୍ବତ ସୀମାନ୍ତରେ ପ୍ରକୃତି ଯେତେବେଳେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ରୂପରେ ତାଣ୍ଡବ ରଚିଥିଲା, ମୃତ୍ୟୁର ସେହି ବିଭୀଷିକା ମଧ୍ୟରେ ଆଶାର କିରଣ ସାଜି ଉଭା ହୋଇଥିଲେ ପ୍ରିୟା। ଲଗାତାର ୬ ଦିନ ଧରି, ନିଜ ଜୀବନକୁ ବାଜି ଲଗାଇ, ପ୍ରତିକୂଳ ପାଣିପାଗ ଓ ପାହାଡ଼ିଆ ପ୍ରତିବନ୍ଧକକୁ ଏଡ଼ାଇ ସେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଉଦ୍ଧାର ଅଭିଯାନ ସଫଳତାର ସହ ସମ୍ପୂର୍ଣ୍ଣ କରିଥିଲେ।
ସବୁଠାରୁ କ୍ଷତିଗ୍ରସ୍ତ ରସୁୱା ଜିଲ୍ଲାର ତିମୁରେ ଅଞ୍ଚଳ ଥିଲା ଆହ୍ୱାନପୂର୍ଣ୍ଣ। ସଂକୀର୍ଣ୍ଣ ପାର୍ବତ୍ୟ ଉପତ୍ୟକା, ବହଳ କାଦୁଅର ସମୁଦ୍ର ଏବଂ ଆକାଶରେ ଅନ୍ୟ ହେଲିକପ୍ଟରଗୁଡ଼ିକର ଭିଡ... ଏସବୁ ମଧ୍ୟରେ ଅତ୍ୟନ୍ତ ସତର୍କତା ଓ ଚମତ୍କାର ଦକ୍ଷତା ସହ ସେ ଅସହାୟ ଲୋକଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କର ଏହି ଅତୁଳନୀୟ ସାହସ ଓ ଅକ୍ଳାନ୍ତ ପରିଶ୍ରମ ଆଜି ସମଗ୍ର ବିଶ୍ୱରେ ପ୍ରଶଂସିତ।
ଜଣେ ପରିବେଶ ବିଜ୍ଞାନ ବିଦ୍ୟାର୍ଥୀରୁ କ୍ୟାବିନ୍ କ୍ରୁ ସାଜିଥିଲେ। ପରେ ଗୋଟିଏ ହେଲିକପ୍ଟର ଯାତ୍ରାରୁ ଆରମ୍ଭ ହୋଇଥିଲା ଆକାଶ ଜିତିବାର ସ୍ୱପ୍ନ। ଆଜି ସେହି ସ୍ୱପ୍ନ ଓ ସଂକଳ୍ପ ତାଙ୍କୁ ସାଧାରଣରୁ ଅସାଧାରଣ କରିପାରିଛି। କ୍ୟାପ୍ଟେନ୍ ପ୍ରିୟା ପ୍ରମାଣିତ କରିଛନ୍ତି ଯେ ନାରୀ କେବଳ ଆକାଶ ଯେ ଛୁଇଁପାରେ ତାହା ନୁହେଁ, ବରଂ ବିପଦ ସମୟରେ ଅନ୍ୟମାନଙ୍କ ପାଇଁ ସୁରକ୍ଷାର କବଚ ବି ସାଜିପାରେ। ❤️