🔥 TRENDING Adani Group pledges Rs 1 trillion inve... 11.12 lakh West Bengal ration cards de... Bihar CM Nitish Kumar Announces Long‑T... Rare water spout captured on camera in... Stone-throwing on Mumbai‑Agra Highway... खानपुर पुलिस ने देशी कट्टा और कारतूस क...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Paradip Port new record: ପୁଣି ରେକର୍ଡ କଲା ପାରାଦୀପ ବନ୍ଦର, ପୋତାଶ୍ରୟରେ ଲାଗିଲା ବିଶାଳ ଜାହାଜ
National

Paradip Port new record: ପୁଣି ରେକର୍ଡ କଲା ପାରାଦୀପ ବନ୍ଦର, ପୋତାଶ୍ରୟରେ ଲାଗିଲା ବିଶାଳ ଜାହାଜ

✍️ Reporter: Deepak Mahapatra 🗓 07 Sep 2026, 01:44 PM 👁 44
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ପୁଣି ଇତିହାସ ରଚିଲା ପାରାଦୀପ ବନ୍ଦର । ପୋତାଶ୍ରୟରେ ଲାଗିଲା ବିଶାଳ ଜାହାଜ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ରବିବାର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ପଶ୍ଚିମ ଡକ୍-୧ ବର୍ଥରେ ଏହାର ପ୍ରଥମ ୧୬.୫-ମିଟର ଡ୍ରାଫ୍ଟ ସହିତ କେପ ସାଇଜ ଜାହାଜ ଏମଭି ମିନେରାଲ କ୍ୱାଙ୍ଗୟାଙ୍ଗକୁ ସଫଳତାର ସହ ବର୍ଥ କରି ଆଉ ଏକ ନୂଆ ରେକର୍ଡ କରିଛି ।
ଏହି ସଫଳତା ପାରାଦୀପ ବନ୍ଦରର ବଡ଼ କ୍ଷମତା ବିଶିଷ୍ଟ ବଲ୍କ କ୍ୟାରିୟର ଗୁଡ଼ିକୁ ପରିଚାଳନା କରିବା କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ । ଏହି ବୃହତକାୟ ଜାହାଜଟିର ଲମ୍ବ ୨୯୨ ମିଟର, ଓସାର ୪୫ ମିଟର ଏବଂ ଉଚ୍ଚତା ୧୬.୫୦ ମିଟର ରହିଛି । ଜାହାଜଟି ସେପ୍ଟେମ୍ବର ୪ରେ ପାରାଦୀପରେ ପହଞ୍ଚିବା ପରେ ସେପ୍ଟେମ୍ବର ୬ ସକାଳ ୧୧ଟାରେ ପଶ୍ଚିମ ଡକ୍-୧ରେ ସଫଳତାର ସହ ବର୍ଥ ହୋଇଥିଲା । ଜାହାଜରେ ଥିବା ୯ଟି ହୋଲ୍ଡରେ ଅଷ୍ଟ୍ରେଲିଆର ହେ ପଏଣ୍ଟରୁ ଆସିଥିବା ବେଳେ ଏହା ୧ଲକ୍ଷ ୫୨ ହଜାର ମେଟ୍ରିକ ଟନ୍ କୋକିଂ କୋଇଲା ବହନ କରୁଛି ।
ଏହି କୀତ୍ତି ର୍ମାନ ହାସଲ ପରେ ପାରାଦୀପ ବନ୍ଦର ପ୍ରାଧିକରଣର ଟ୍ରାଫିକ୍ ମ୍ୟାନେଜର ରାଜେନ୍ଦ୍ର କୁମାର ଏବଂ ଜିନ୍ଦଲ ପାରାଦୀପ ପୋର୍ଟ ଲିମିଟେଡ୍ (ଜେପିପିଏଲ୍)ର ଡେପୁଟି ସିଇଓ ସନ୍ଦୀପ ଜୟସ୍ୱାଲଙ୍କ ମଧ୍ୟରେ ଶୁଭେଚ୍ଛା ବାର୍ତ୍ତା ଆଦାନ ପ୍ରଦାନ କରାଯାଇଥିଲା । ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଏହି ଐତିହାସିକ ସଫଳତା ପାଇଁ ପାରାଦୀପ ବନ୍ଦର ଏବଂ ଜେପିପିଏଲର ସମସ୍ତ କର୍ମଚାରୀ ଓ ଅଧିକାରୀ ଏବଂ ବ୍ୟବହାରକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
📲Get App