🔥 TRENDING ବିରୁପା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩... દહેગામ પોલીસે નંબર પ્લેટ વગરની અને કાળ... અરબ સાગરમાં કોસ્ટ ગાર્ડનું સફળ ઓપરેશન:... कौशाम्बी के मोहम्मदपुर गांव में कार मे... અરબ સાગરમાં કોસ્ટ ગાર્ડનું સફળ ઓપરેશન:... Ayushmann Khurrana Expresses Excitemen...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
Education

OSSTET ପରୀକ୍ଷା ବାତିଲ୍ ନୁହେଁ, କାଲି ହିଁ ହେବ ପରୀକ୍ଷା; ଗୁଜବକୁ ନେଇ BSEର ବଡ଼ ସ୍ପଷ୍ଟୀକରଣ

✍️ Reporter: Deepak Mahapatra 🗓 30 Sep 2026, 01:06 PM 👁 17
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: OSSTET 2026 ପରୀକ୍ଷାକୁ ନେଇ ସୋସିଆଲ ମିଡିଆରେ ଘୁରିବୁଲୁଥିବା ବିଭିନ୍ନ ଗୁଜବ ଓ ଭ୍ରାନ୍ତିକର ତଥ୍ୟ ଉପରେ ଲାଗିଲା ବ୍ରେକ୍‌। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, OSSTET 2026 ପରୀକ୍ଷା ସ୍ଥଗିତ କିମ୍ବା ବାତିଲ୍ ହୋଇନାହିଁ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ସେପ୍ଟେମ୍ବର 30 ତାରିଖରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ।

ଆଜି ଏକ ଅଫିସିଆଲ୍ ଭିଡିଓ ବାର୍ତ୍ତା ଜାରି କରି BSE ଓଡ଼ିଶାର ସଭାପତି ଶ୍ରୀକାନ୍ତ ତରାଇ ପରୀକ୍ଷାର୍ଥୀଙ୍କୁ ସୋସିଆଲ ମିଡିଆରେ ପ୍ରସାରିତ ମିଥ୍ୟା ଖବରକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି।

BSE ସଭାପତି ସ୍ପଷ୍ଟ କରିଛନ୍ତି ଯେ, ପରୀକ୍ଷାକୁ ସ୍ଥଗିତ କରିବା ନେଇ ବୋର୍ଡ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇନାହିଁ। ତେଣୁ ପରୀକ୍ଷାର୍ଥୀମାନେ ଗୁଜବ ପଛରେ ନପଡ଼ି ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।

ପରୀକ୍ଷାର୍ଥୀମାନେ ନିଜର ଡାଉନଲୋଡ୍ କରିଥିବା ଆଡମିଟ୍ କାର୍ଡ ଏବଂ ବୈଧ ଫଟୋ ପରିଚୟପତ୍ର ସାଙ୍ଗରେ ନେଇ ପରୀକ୍ଷା କେନ୍ଦ୍ରରେ ଆଗୁଆ ପହଞ୍ଚିବା ଆବଶ୍ୟକ। ଏଥିସହ ପରୀକ୍ଷା ହଲ୍‌ରେ ଆଡମିଟ୍ କାର୍ଡରେ ଦିଆଯାଇଥିବା ସମସ୍ତ ନିୟମ ଓ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି।

ବୋର୍ଡର ପରାମର୍ଶ ଅନୁଯାୟୀ, OSSTETକୁ ନେଇ କୌଣସି ନୂଆ ସୂଚନା ମିଳିଲେ ପରୀକ୍ଷାର୍ଥୀମାନେ ଅନ୍ୟ ସୋସିଆଲ ମିଡିଆ ପୋଷ୍ଟ ଉପରେ ଭରସା ନକରି କେବଳ BSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍‌ରୁ ତଥ୍ୟ ଯାଞ୍ଚ କରନ୍ତୁ। ଅର୍ଥାତ୍‌ OSSTET 2026 ପରୀକ୍ଷା ସେପ୍ଟେମ୍ବର 30ରେ ହିଁ ହେବ। ପରୀକ୍ଷା ସ୍ଥଗିତ ନେଇ ଭାଇରାଲ ହେଉଥିବା ଖବରକୁ ବିଶ୍ୱାସ ନକରି ପ୍ରସ୍ତୁତିରେ ଧ୍ୟାନ ଦିଅନ୍ତୁ।
📲Get App