शिक्षा
ପ୍ରକାଶ ପାଇଲା OSSTET ରେଜଲ୍ଟ
OSSTET-୨୦୨୬ ରେଜଲ୍ଟ ଆଜି ପ୍ରକାଶ ପାଇଛି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଘୋଷଣା କରାଯାଇଛି।
ସେପ୍ଟେମ୍ବର ୩୦ ତାରିଖରେ ଏହି ପରୀକ୍ଷା ହୋଇଥିଲା। ଦୁଇଟି ପେପର ପାଇଁ ମୋଟ ୫୯ ହଜାର ୩୫୭ ଜଣ ନାଁ ପଞ୍ଜିକରଣ କରିଥିଲେ।
୫୨,୦୧୯ ଜଣ ପେପର-୧ ପରୀକ୍ଷା ଦେଇଥିବା ବେଳେ ୪୧,୧୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୯୪୯ ଜଣ ପେପର-୨ ପରୀକ୍ଷା ଦେଇଥିବା ବେଳେ ୩,୧୦୬ କୃତକାର୍ଯ୍ୟ ହୋଇଛନ୍ତି।
ଦୁଇଟି ଯାକ ପେପରରେ ମୋଟ୍ ୪୪,୨୯୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍ ହାର ୭୯.୧୫% ରହିଛି।
ପ୍ରଥମ ପେପର ପାଇଁ ୫୫,୧୯୩ ଜଣ ନାଁ ପଞ୍ଜିକରଣ କରିଥିବା ବେଳେ ୩୧୭୪ ଜଣ ଅନୁପସ୍ଥିତ ରହିଥିଲେ। ସେହିପରି ଦ୍ୱିତୀୟ ପେପର ପାଇଁ ୪୧୬୪ ଜଣ ନାଁ ପଞ୍ଜିକରଣ କରିଥିବା ବେଳେ ୨୧୫ ଜଣ ଅନୁପସ୍ଥିତ ରହିଥିଲେ।
ବୋର୍ଡର ୱେବସାଇଟ୍ www.bseodisha.ac.in ଓ www.bseodisha.nic.in ରେ ଆଜି ସନ୍ଧ୍ୟା ସାଢ଼େ ୫ଟାରୁ ରେଜଲ୍ଟ ଉପଲବ୍ଧ ହୋଇଥିବା କୁହାଯାଇଛି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ନଭେମ୍ବର ୨୫ ତାରିଖ ପୂର୍ବାହ୍ନ ୧୦ଟା ପରଠାରୁ ସେମାନଙ୍କର ଡିଜିଟାଇଜ୍ଡ ସାର୍ଟିଫିକେଟ୍ ବୋର୍ଡ ୱେବସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ। ଏଥିପାଇଁ ସେମାନଙ୍କୁ ଧାର୍ଯ୍ୟ ଫି’ ଦେବାକୁ ପଡ଼ିବ। ହାର୍ଡକପି ଜାରି କରାଯିବା ପର୍ଯ୍ୟନ୍ତ କୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଇଜ୍ଡ ସାର୍ଟିଫିକେଟ୍ ବୋର୍ଡ ୱେବସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ।
ସେହିପରି ଯେଉଁ ପରୀକ୍ଷାର୍ଥୀମାନେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇନାହାନ୍ତି, ସେମାନେ ବୋର୍ଡ ୱେବସାଇଟ୍ରୁ ସେମାନଙ୍କର ଓଏମ୍ଆର ଉତ୍ତର ଖାତା ଡାଉନ୍ଲୋଡ୍ କରିପାରିବେ। ଏଗୁଡ଼ିକୁ ଡିସେମ୍ବର ୨ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ରହିବ।