🔥 ट्रेंडिंग Mehbooba Mufti atton Nc and pdp presid... Aligarh News:- जनपद में बड़ी कार्रवाई:... એકતાનગરમાં ભારત પર્વ-૨૦૨૬ની ભવ્ય ઉજવણી... एशियन स्कूल में जूनियर स्पोर्ट्स डे का... चार धाम के लिए हेलीकॉप्टर उड़ानें नई स... बेंगलुरु में 2 नवंबर को सोना‑चांदी की...
02 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

OFDCରେ ପ୍ରଶାସନିକ ସଙ୍କଟ: ଅଧ୍ୟକ୍ଷ-ଏମଡି ମୁହାଁମୁହିଁ, ଚାଲିଛି ଆଇଏଏସ-ଆଇଏଫଏସଙ୍କ ପତିଆରା ଲଢ଼େଇ, କର୍ମଚାରୀ ଅତିଷ୍ଠ

✍️ रिपोर्टर: Deepak Mahapatra 🗓 02 नव. 2026, 01:09 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି)ରେ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ଓଏଫଡିସି ଅଧ୍ୟକ୍ଷ ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ଓ ପରିଚାଳନା ନିର୍ଦ୍ଦେଶକ(ଏମଡି) ୧୯୯୩ ବ୍ୟାଚ୍ ଆଇଏଫଏସ୍ ପ୍ରେମ କୁମାର ଝାଙ୍କ ମଧ୍ୟରେ ପ୍ରାୟ ୭-୮ମାସ ଧରି ଚାଲିଥିବା ଛକାପଞ୍ଝା ଏବେ ଉଗ୍ରରୂପ ନେଇଛି। କର୍ମଚାରୀଙ୍କ ବଦଳିକୁ ନେଇ ନିଗମର ଅଧ୍ୟକ୍ଷ ଓ ଏମଡିଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଏବେ ପ୍ରଶାସନିକ ସଙ୍କଟ ସୃଷ୍ଟି କରିବା ସହ କର୍ମଚାରୀଙ୍କୁ ଅତିଷ୍ଠ କରାଇଥିବା ଜଣାପଡ଼ିଛି।
ଗୋଟିଏପଟେ ଏମଡି ଶ୍ରୀ ଝା’ଙ୍କ ଦ୍ୱାରା କର୍ମଚାରୀଙ୍କ ବଦଳି ଆଦେଶକୁ ବେଆଇନ କହି ଅଧ୍ୟକ୍ଷ ଶ୍ରୀ ସେଠୀ ରଦ୍ଦ କରୁଥିବାବେଳେ ଅନ୍ୟପଟେ ଅଧ୍ୟକ୍ଷଙ୍କ ରଦ୍ଦ ଆଦେଶକୁ ଏମଡି ‘ଡେଫର’ କରି ଖାରଜ କରିଦେଉଛନ୍ତି। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଗମରେ ଦୁଇ ବରିଷ୍ଠ ଆଇଏଏସ୍ ଓ ଆଇଏଫଏସ୍ ଅଫିସରଙ୍କ ମଧ୍ୟରେ ଏଭଳି ମୁହାଁମୁହିଁ ସ୍ଥିତି ରାଜ୍ୟ ପ୍ରଶାସନରେ ଏକ ଅଶୋଭନୀୟ ତଥା ବିପଦଜନକ ପରମ୍ପରା ସୃଷ୍ଟି କରିଥିଲେ ମଧ୍ୟ ରାଜ୍ୟ ସରକାର ସବୁ ଜାଣି ନିରବଦ୍ରଷ୍ଟା ସାଜିଥିବା ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ଓଏଫଡିସିରେ ଡେପୁଟେସନରେ କାର୍ଯ୍ୟରତ କନିଷ୍ଠ ପ୍ରଶାସନିକ ଅଧିକାରୀ (ଜେଏଓ) ତଥା ଓଆରଏସ ଅଫିସର ସୁଧୀର କୁମାର ମଲ୍ଲିକଙ୍କ ରିଲିଭ୍ ପ୍ରସଙ୍ଗକୁ କେନ୍ଦ୍ର କରି ଗତ ଦୁଇଦିନ ତଳେ ଅଧ୍ୟକ୍ଷ ଓ ଏମଡି ମୁହାଁମୁହିଁ ହୋଇଛନ୍ତି। ଅକ୍ଟୋବର ୨୯ତାରିଖରେ ଏମଡି ଶ୍ରୀ ଝା ଅଫିସ୍ ଅର୍ଡର (ସଂଖ୍ୟା ୧୮୯୪୦) ଜାରି କରି ଶ୍ରୀ ମଲ୍ଲିକଙ୍କୁ ତୁରନ୍ତ ଦାୟିତ୍ୱରୁ ମୁକ୍ତ କରି ତାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।
ମାତ୍ର ଏହାର ୨୪ ଘଣ୍ଟା ନପୂରୁଣୁ ଅକ୍ଟୋବର ୩୦ତାରିଖରେ ନିଗମ ଅଧ୍ୟକ୍ଷ ଶ୍ରୀ ସେଠୀ ଅଫିସର ଅର୍ଡର (ସଂଖ୍ୟା ୧୮୯୭୮) ଜାରି କରି ଏମଡିଙ୍କ ସେହି ଆଦେଶକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ତଥା ରଦ୍ଦ କରିଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ସେଠୀ ନିଜ ଆଦେଶରେ ସ୍ପଷ୍ଟ ଭାବେ ଦର୍ଶାଇଥିଲେ ଯେ, ଶ୍ରୀ ମଲ୍ଲିକ ରାଜସ୍ୱ ବିଭାଗର ଜଣେ ଓଆରଏସ ଅଧିକାରୀ ଓ ତାଙ୍କ ମୂଳ ବିଭାଗ କିମ୍ବା ଉପଯୁକ୍ତ କର୍ତ୍ତୃପକ୍ଷଙ୍କ କୌଣସି ଅନୁମୋଦନ ବିନା ଏମଡିଙ୍କ ଦ୍ୱାରା ଦିଆଯାଇଥିବା ଏହି ଆଦେଶ ସମ୍ପୂର୍ଣ୍ଣ ମନମୁଖୀ, ଅନାଧିକୃତ ଓ କ୍ଷମତାର ଅପବ୍ୟବହାର। ତେଣୁ ଶ୍ରୀ ମଲ୍ଲିକ ନିଜ ପଦବୀରେ କାର୍ଯ୍ୟ ଜାରି ରଖିବେ।
ତେବେ ଏମଡି ଶ୍ରୀ ଝା ସେହି ଅକ୍ଟୋବର ୩୦ତାରିଖରେ ପାଲଟା ଅଫିସ ଅର୍ଡର (ସଂଖ୍ୟା ୧୮୯୮୭) ଜାରି ମାଧ୍ୟମରେ ଅଧ୍ୟକ୍ଷ ଶ୍ରୀ ସେଠୀଙ୍କ ରଦ୍ଦ ଆଦେଶକୁ ସ୍ଥଗିତ(ଡେଫର) କରିଦେଇଥିଲେ। ଆଉ ଯୁକ୍ତି ଦର୍ଶାଇ ଏମଡି ଶ୍ରୀ ଝା କହିôଥଲେ ଯେ, ଶ୍ରୀ ମଲ୍ଲିକଙ୍କ କାର୍ଯ୍ୟଦକ୍ଷତା ନୈରାଶ୍ୟଜନକ ଓ ସେ ପୂର୍ବରୁ ହିଁ କାର୍ଯ୍ୟରୁ ରିଲିଭ୍ ହୋଇସାରିଥିବାରୁ ଅଧ୍ୟକ୍ଷଙ୍କ ଆଦେଶ ଲାଗୁ ହୋଇପାରିବ ନାହିଁ ଓ ତାଙ୍କ ରିଲିଭ୍ ଆଦେଶ ବଳବତ୍ତର ରହିବ। କେବଳ ସେତିକି ନୁହେଁ, ସେହିଦିନ ମେମୋ ନଂ-୧୮୯୮୮ ମାଧ୍ୟମରେ ଶ୍ରୀ ମଲ୍ଲିକଙ୍କ ଇ-ଅଫିସ, ଏଚଆରଏମଏସ କିମ୍ବା ଏମଆଇଏସ ଆଇଡି ଯେପରି ସକ୍ରିୟ ନହୁଏ ଓ ତାଙ୍କ ପାଖକୁ ଯେଭଳି କୌଣସି ସରକାରୀ ଫାଇଲ୍ ନଯାଏ ତାହା ସୁନିଶ୍ଚିତ କରିବାକୁ ଏଚଆର ମ୍ୟାନେଜରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଅଧ୍ୟକ୍ଷ ଓ ଏମଡିଙ୍କ ମଧ୍ୟରେ ଏଭଳି ପତିଆରା ଲଢ଼େଇ ନୂଆ ନୁହେଁ। ଗତ ଜୁନ୍ ମାସରେ ମଧ୍ୟ ଏକକାଳୀନ ୧୧ଜଣ ଡିଭିଜିନାଲ ମ୍ୟାନେଜରଙ୍କ ବଦଳି ଆଦେଶକୁ ନେଇ ଦୁହେଁ ମୁହାଁମୁହିଁ ହୋଇଥିଲେ। ଗତ ଜୁନ୍ ୨୪ତାରିଖରେ ଏମଡି ଶ୍ରୀ ଝା ଏହି ୧୧ଜଣ ମ୍ୟାନେଜରଙ୍କ ବଦଳି ଆଦେଶ ଜାରି କରିଥିଲେ। କିନ୍ତୁ ତା’ପରଦିନ ଅର୍ଥାତ୍ ଜୁନ୍ ୨୫ତାରିଖରେ ଅଧ୍ୟକ୍ଷ ଶ୍ରୀ ସେଠୀ ସେହି ସମସ୍ତ ୧୧ଜଣ ମ୍ୟାନେଜରଙ୍କ ବଦଳି ଆଦେଶକୁ ଅଣଅଧିକୃତ ଦର୍ଶାଇ ରଦ୍ଦ କରିଦେଇଥିଲେ। ସର୍ଭିସ ରୁଲ ୮.୨ ଓ ୮.୧୩ ଅନୁଯାୟୀ ଅଧ୍ୟକ୍ଷଙ୍କ ବିନା ଅନୁମୋଦନରେ ଏହି ବଦଳି ହୋଇଥିବାରୁ ତାହା ବେଆଇନ ବୋଲି ସ୍ପଷ୍ଟ କରିଥିଲେ।
ଦୀର୍ଘ ୭-୮ ମାସ ଧରି ନିଗମ(Ofdc)ର ଦୁଇ ଶୀର୍ଷ ଅଫିସରଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ଯୋଗୁ ନିଗମର ପ୍ରଶାସନିକ ପରିଚାଳନା ଏକପ୍ରକାର ସ୍ଥାଣୁ ପାଲଟି ଯାଇଛି। କର୍ମଚାରୀମାନେ କାହା ନିର୍ଦ୍ଦେଶକୁ ପାଳନ କରିବେ ତାହା ମଧ୍ୟ ଜାଣିପାରୁନାହାନ୍ତି।
ଏହି ଆଇଏଏସ ଓ ଆଇଏଫଏସ(Ifs) ଅଫିସରଙ୍କ ମଧ୍ୟରେ ପତିଆରା ଲଢ଼େଇ ଓ କ୍ଷମତା କନ୍ଦଳ ଦୀର୍ଘ କିଛିମାସ ଧରି ପାୱାର କରିଡ଼ରରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ରାଜ୍ୟ ସରକାର ରହସ୍ୟଜନକ ନିରବତା ଅବଲମ୍ବନ କରିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ମାମଲାରେ କାହିଁକି ହସ୍ତକ୍ଷେପ କରୁନାହାନ୍ତି ଓ ଏକ ଖରାପ ପ୍ରଶାସନିକ ପରମ୍ପରା ସୃଷ୍ଟି ପାଇଁ ପରୋକ୍ଷରେ ପ୍ରୋତ୍ସାହନ ଦେଉଛନ୍ତି ତାହା ଅସ୍ପଷ୍ଟ।
ସରକାରୀ ନିୟମ ଓ ସର୍ଭିସ କୋଡକୁ ବେଖାତିର କରି ଏହି ଦୁଇ ସର୍ବଭାରତୀୟ ସେବା ଅଫିସର ଏଭଳି ସର୍ବସାଧାରଣରେ ଆଦେଶକୁ ରଦ୍ଦ ଓ ସ୍ଥଗିତ କରିବାର ଯେଉଁ ପତିଆରା ଲଢ଼େଇ ଚଳାଇଛନ୍ତି ତାହା ରାଜ୍ୟର ‘ଚେନ୍ ଅଫ୍ କମାଣ୍ଡ’କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । ଯଦି ତୁରନ୍ତ ସିଏମଓ କିମ୍ବା ମୁଖ୍ୟ ସଚିବ ଏଥିରେ ହସ୍ତକ୍ଷେପ ନକରନ୍ତି ତାହା ଆଗାମୀ ଦିନରେ ଅନ୍ୟାନ୍ୟ ବିଭାଗ ତଥା ନିଗମଗୁଡ଼ିକରେ ପ୍ରଶାସନିକ ଅରାଜକତାର ନୂଆ ମାର୍ଗକୁ ପ୍ରଶସ୍ତ କରିବ ବୋଲି ପାୱାର କରିଡ଼ରରେ ଚର୍ଚ୍ଚା।
ସୂଚନାଯୋଗ୍ୟ, ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇ ବିବାଦରେ ଥିବା ଆଇଏଏସ୍ ଶ୍ରୀ ସେଠୀଙ୍କୁ ରାଜ୍ୟ ସରକାର ଦୀର୍ଘଦିନ ଧରି ଓଏସଡି ଭାବେ ବିନା କାମରେ ବସାଇ ରଖିବା ପରେ ଗତ ଫେବୃୟାରୀ ମାସରେ ଓଏଫଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । IAS Bishnupada Sethi ଆସନ୍ତା ମାର୍ଚ୍ଚ ମାସରେ ଚାକିରିରୁ ଅବସର ନେବେ।
📲Get App