🔥 TRENDING CRPF and Chhattisgarh Police Women to... Chief Ministers Mohan and Sai Speak on... Bailadila Bulls Reach Chhattisgarh Hoc... राजकीय नर्सेस संघ ने उत्तर प्रदेश के स... বিশ্বজুড়ে যত বড় সংকটই আসুক, আপনাদের... NEED24news
31 Oct 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରି MUJର ନୂତନ କର୍ମକର୍ତ୍ତା ଚୟନ, ଚତୁର୍ଥ ଥର ପାଇଁ ସଭାପତି ହେଲେ ଦେବପ୍ରସାଦ ଦାଶ

✍️ Reporter: SUKUMAR MANDAL 🗓 30 Oct 2026, 10:55 PM 👁 15
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୩୦/୧୦ – ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ୍‌ର ମାଲକାନଗିରି ଶାଖା (MUJ) ପକ୍ଷରୁ ଆଜି ସ୍ଥାନୀୟ MUJ କାର୍ଯ୍ୟାଳୟଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସହିତ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ମାଲକାନଗିରି ଜିଲ୍ଲା ସଦରମହକୁମା ସମେତ ବିଭିନ୍ନ ବ୍ଲକରୁ ଆସିଥିବା MUJର ସଦସ୍ୟମାନେ ଯୋଗଦେଇଥିଲେ। ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଦେବପ୍ରସାଦ ଦାଶଙ୍କୁ ଚତୁର୍ଥ ଥର ପାଇଁ ପୁନର୍ବାର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ସତ୍ୟନାରାୟଣ ପଣ୍ଡାଙ୍କୁ ଉପସଭାପତି, କାମରାଜ ଜେନାଙ୍କୁ ସମ୍ପାଦକ ଏବଂ ଭୋଳାନାଥ ମଲ୍ଲିକଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି।

ସେହିପରି ବ୍ଲକସ୍ତରୀୟ ସଂଗଠନର ସୁଦୃଢ଼ୀକରଣ ପାଇଁ ଶିବ ପ୍ରସାଦ କୀର୍ତ୍ତନିୟାଙ୍କୁ ମାଲକାନଗିରି ବ୍ଲକ ସଭାପତି, ଜୀବନ କୃଷ୍ଣ ଦାସଙ୍କୁ କାଲିମେଳା ବ୍ଲକ ସଭାପତି, ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ପଡ଼ିଆ ବ୍ଲକ ସଭାପତି, ହରିବନ୍ଧୁ ଗୌତମଙ୍କୁ ଚିତ୍ରକୋଣ୍ଡା ବ୍ଲକ ସଭାପତି ଏବଂ ରବିରଶ୍ମି ଗୁରୁଙ୍କୁ କୋରୁକୋଣ୍ଡା ବ୍ଲକ ସଭାପତି ଭାବେ ମନୋନୀତ କରାଯାଇଛି।

ନୂତନ କର୍ମକର୍ତ୍ତାଙ୍କ ଚୟନ ପରେ ସଂଘର ସାଂଗଠନିକ କାର୍ଯ୍ୟକଳାପକୁ ଆହୁରି ମଜବୁତ କରିବା ସହ ସାମ୍ବାଦିକମାନଙ୍କ ସ୍ୱାର୍ଥ ଓ ସମସ୍ୟା ଉପରେ ଏକତ୍ରିତ ଭାବେ କାର୍ଯ୍ୟ କରିବା ନେଇ ଆଶା ପ୍ରକାଶ ପାଇଛି।
📲Get App