राजनीति
MP-MLA ଙ୍କ ମାମଲାର ବିଚାର ପାଇଁ ଖୋଲିବ ୧୪ଟି କୋର୍ଟ: ୧୩୬ଟି ନୂଆ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର, ସେପ୍ଟେମ୍ବର ସୁଦ୍ଧା ବିଚାର ଅପେକ୍ଷାରେ ୪୧୯ ମାମଲା
ଲୋକପ୍ରତିନିଧି(ବିଧାୟକ-ସାଂସଦ)ମାନଙ୍କ ସହ ଜଡ଼ିତ ମାମଲାର ବିଚାର ପ୍ରକ୍ରିୟାକୁ ତ୍ୱରିତ୍ ଶୁଣାଣି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୪ଟି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ମଞ୍ଜୁରୀ ଦେଇଛନ୍ତି। ଜିଲ୍ଲା ଜଜ୍ କ୍ୟାଡ଼ରର ୩ଟି ଦୌରାଜଜ୍ ଅଦାଲତ ଓ ସିଭିଲ୍ ଜଜ୍ କ୍ୟାଡ଼ରର ୧୧ଟି ମାଜିଷ୍ଟ୍ରେଟ୍ ଅଦାଲତ ସାମିଲ ରହିଛି।ରାଜ୍ୟରେ ପୂର୍ବତନ ଓ ବର୍ତ୍ତମାନର ବିଧାୟକ-ସାଂସଦମାନଙ୍କ ବିରୋଧରେ ବର୍ଷବର୍ଷ ଧରି ପଡ଼ିରହିଥିବା ଅପରାଧ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଲୋକପ୍ରତିନିଧି(ବିଧାୟକ-ସାଂସଦ)ମାନଙ୍କ ସହ ଜଡ଼ିତ ମାମଲାର ବିଚାର ପ୍ରକ୍ରିୟାକୁ ତ୍ୱରିତ୍ ଶୁଣାଣି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୪ଟି ସ୍ୱତନ୍ତ୍ର କୋର୍ଟ ଖୋଲିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ଜିଲ୍ଲା ଜଜ୍ କ୍ୟାଡ଼ରର ୩ଟି ଦୌରାଜଜ୍ ଅଦାଲତ ଓ ସିଭିଲ୍ ଜଜ୍ କ୍ୟାଡ଼ରର ୧୧ଟି ମାଜିଷ୍ଟ୍ରେଟ୍ ଅଦାଲତ ସାମିଲ ରହିଛି। ଏହି କୋର୍ଟ କାର୍ଯ୍ୟକ୍ଷମ ହେବା ପାଇଁ ବିଚାରପତି ଓ ଆନୁସଙ୍ଗିକ କର୍ମଚାରୀଙ୍କୁ ମିଶାଇ ମୋଟ ୧୩୬ଟି ନୂଆ ପଦବୀ ସୃଷ୍ଟିକୁ ଗୃହ ବିଭାଗ ମଞ୍ଜୁରୀ ଦେଇଛି। ଏନେଇ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି। ଅନ୍ୟପକ୍ଷରେ ରାଜ୍ୟରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏସଂକ୍ରାନ୍ତୀୟ ମୋଟ ୪୧୯ଟି ମାମଲା ବିଚାରାଧୀନ ରହିଥିବା ସୂଚନା ମିଳିଛି।
ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ୩ଟି ଜିଲ୍ଲା ଜଜସ୍ତରୀୟ ସ୍ୱତନ୍ତ୍ର କୋର୍ଟ ପାଇଁ ମୋଟ ୪୮ଟି ପଦବୀ ଓ ୧୧ଟି ସିଭିଲ୍ ଜଜସ୍ତରୀୟ ସ୍ୱତନ୍ତ୍ର କୋର୍ଟ ପାଇଁ ୮୮ଟି ପଦବୀ ମଞ୍ଜୁର ହୋଇଛି। ଏହି ମୋଟ ୧୩୬ଟି ନୂଆ ପଦବୀ ମଧ୍ୟରେ ୨୦ଟି ହାଉସ ଅର୍ଡରଲି ପଦବୀକୁ ନିୟମିତ ବେତନ ହାର ବଦଳରେ ମାସିକ ୧୫ହଜାର ଟଙ୍କା ଲେଖାଏଁ ଏକକାଳୀନ ପାରିଶ୍ରମିକ ମିଳିବ। ସେହିପରି ୮ଜଣ ସଫେଇ କର୍ମଚାରୀ ଓ ରାତ୍ରି ଜଗୁଆଳିଙ୍କୁ ବାହ୍ୟ ଏଜେନ୍ସି ମାଧ୍ୟମରେ ନିୟୋଜିତ କରାଯିବ।
୩ଟି ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କୋର୍ଟରେ ୩ଜଣ ଅତିରିକ୍ତ ଜିଲ୍ଲା ଦୌରାଜଜ୍, ୩ ଜଣ ପ୍ରଥମ ଶ୍ରେଣୀ କିରାଣି, ୩ଜଣ ଷ୍ଟେନୋ, ୩ଜଣ ବରିଷ୍ଠ କିରାଣି, ୩ଜଣ ବରିଷ୍ଠ ଟାଇପିଷ୍ଟ, ୯ ଜଣ କମ୍ପ୍ୟୁଟର ଜାଣିଥିବା କନିଷ୍ଠ କିରାଣି, ୩ ଜଣ କନିଷ୍ଠ ଟାଇପିଷ୍ଟ, ୬ ଜଣ ପ୍ରୋସେସ୍ ସର୍ଭର, ୬ଜଣ ପିଅନ ମଧ୍ୟ ସାମିଲ ଅଛନ୍ତି । ସର୍ତ୍ତ ମୁତାବକ, ୩ଟି ବରିଷ୍ଠ ଟାଇପିଷ୍ଟ ପଦବୀ ବିଲୁପ୍ତପ୍ରାୟ କ୍ୟାଡର ହୋଇଥିବାରୁ ଏହା କେବଳ ଏକକାଳୀନ ବ୍ୟତିକ୍ରମ ଭାବେ ସୃଷ୍ଟି କରାଯାଇଛି ଓ ଅବସର ପରେ ତାହା ସ୍ୱତଃ ଉଚ୍ଛେଦ ହୋଇଯିବ। ସମସ୍ତ ପଦବୀ ନିଯୁକ୍ତି ତଥା ସଂରକ୍ଷଣ ନିୟମ ଅନୁଯାୟୀ ପୂରଣ କରାଯିବ ଓ ଭବିଷ୍ୟତରେ ନେତାମାନଙ୍କ ମାମଲା ସଂଖ୍ୟା କମିଲେ ଏହି କୋର୍ଟ ଓ କର୍ମଚାରୀମାନଙ୍କୁ ସାଧାରଣ ନ୍ୟାୟିକ କାର୍ଯ୍ୟରେ ପୁନଃନିୟୋଜିତ କରାଯିବ।
ଅନ୍ୟପକ୍ଷରେ ମିଳିଥିବା ତଥ୍ୟ ଅନୁସାରେ, ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ବିଚାର ବିଭାଗୀୟ କୋର୍ଟରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ୪୧୯ଟି ମାମଲା ବିଚାରାଧୀନ ରହିଛି। ଜିଲ୍ଲାୱାରି ବିଚାରାଧୀନ ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୧ଟି ମାମଲା ପଡ଼ିରହିଛି। ଏହା ପଛକୁ କୋରାପୁଟରେ ୬୧ଟି, ସୁନ୍ଦରଗଡ଼ରେ ୫୧ଟି, ସମ୍ବଲପୁରରେ ୪୯ଟି, କଟକରେ ୩୯ଟି ଓ ଗଞ୍ଜାମରେ ୩୯ଟି ମାମଲା ବିଚାର ଅପେକ୍ଷାରେ ରହିଛି।
ସେହିପରି ମୟୂରଭଞ୍ଜରେ ୩୨ଟି, ବାଲେଶ୍ୱରରେ ୨୩ଟି, ବଲାଙ୍ଗୀରରେ ୧୭ଟି, ଅନୁଗୁଳରେ ୧୬ଟି ଓ ପୁରୀ ଜିଲ୍ଲାରେ ୧୦ଟି ମାମଲା ବିଚାରାଧୀନ ରହିଥିବାବେଳେ ବରଗଡ଼ରେ ୪ଟି, ନବରଙ୍ଗପୁରରେ ୨ଟି ଓ ବୌଦ୍ଧ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ାରେ ଗୋଟିଏ ଲେଖାଏଁ ମାମଲା ବିଚାରାଧୀନ ରହିଛି।
ଏହି ମାମଲାଗୁଡ଼ିକର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଉଦାହରଣସ୍ୱରୂପ କଟକରେ ୧୯୯୩ ମସିହାର ଏକ ପୁରୁଣା ମାମଲା ଏବେ ମଧ୍ୟ ଅଭିଯୋଗ ଫର୍ଦ୍ଦ ବା ଚାର୍ଜଫ୍ରେମର ପୂର୍ବ ଶୁଣାଣି ପର୍ଯ୍ୟାୟରେ ରହିଛି। ସେହିପରି ଖୋର୍ଦ୍ଧାରେ ୧୯୯୯ ଓ ୨୦୦୧ ମସିହାର ମାମଲାଗୁଡ଼ିକ ଏବେବି ଅଭିଯୁକ୍ତଙ୍କ ହାଜିରା ପର୍ଯ୍ୟାୟରେ ଝୁଲି ରହିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୦୦୫ ମସିହାର ଏକ ମାମଲା ଦୀର୍ଘଦିନ ଧରି କଟକ ଜିଲ୍ଲା ଦୌରାଜଜଙ୍କ ଅଦାଲତରୁ ମୂଳ ନଥିପତ୍ର ଆସିବାର ଅପେକ୍ଷାରେ ରହିଛି।
ସେହିପରି ଗଞ୍ଜାମ ଜିଲ୍ଲାରେ ୨୦୦୭ ମସିହାରୁ ଦୁଇଟି ମାମଲାରେ ଜାମିନବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇପାରିନାହିଁ । ଅନେକ ମାମଲାରେ ଅଭିଯୁକ୍ତଙ୍କ ମୃତ୍ୟୁ ରିପୋର୍ଟ କିମ୍ବା ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁ ବିଚାରପ୍ରକ୍ରିୟା ଆଗେଇ ପାରୁନଥିବା ଜଣାପଡ଼ିଛି। ଏହି କୋର୍ଟଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ନେତାମାନଙ୍କ ବିରୁଦ୍ଧରେ ରହିଥିବା ମାମଲାର ତ୍ୱରିତ୍ ଫଇସଲା ସମ୍ଭବପର ହୋଇପାରିବ ବୋଲି କୁହାଯାଉଛି।