🔥 TRENDING नवादा: कुएं से युवक का आधा जला शव बराम... વાહન માલિકી ટ્રાન્સફર હવે આધાર OTP થી,... कमलिया-धमलिया रोड पर 6 महीने से अधूरा... पूर्व प्रधान के कथित घोटालों पर स्थानी... Nara Lokesh Highlights Movement from M... AP ICET 2026 2nd Counselling: Self‑Joi...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Miscreants stole the idol: ମନ୍ଦିର ତାଲା ଭାଙ୍ଗି ମୂର୍ତ୍ତି ଚୋରି
Local

Miscreants stole the idol: ମନ୍ଦିର ତାଲା ଭାଙ୍ଗି ମୂର୍ତ୍ତି ଚୋରି

✍️ Reporter: Deepak Mahapatra 🗓 07 Sep 2026, 05:02 PM 👁 39
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଗଲା ରାତିରେ କେହି ଦୁର୍ବୃତ୍ତ ବଳ ପୂର୍ବକ ବାଲିଅନ୍ତାର ବୁଢାଲୋ ଗ୍ରାମର ଗ୍ରାମଦେବତୀ ମା ବୁଢ଼ୀ ଠାକୁରାଣୀଙ୍କୁ ଉଠାଇ ନେଇଛନ୍ତି । ଯାହାର ସିସିଟିଭି ଫୁଟେଜ ବର୍ତ୍ତମାନ ସାମ୍ନାକୁ ଆସିଛି । ଏନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।ଗ୍ରାମଦେବତୀଙ୍କୁ ନେଇ ପଡ଼ୋଶୀ ଗ୍ରାମ ସହ ଲାଗି ରହିଥିଲା ବିବାଦ । ଯାହା ୨୦୦୬ ମସିହାରେ ନେଇଥିଲା ଉଗ୍ରରୂପ। ବାଲିଅନ୍ତା ଥାନା ପୋଲିସ ହସ୍ତକ୍ଷେପରେ ସମାଧାନ ହୋଇ କେସ କୋର୍ଟକୁ ଯାଇଥିଲା । କୋର୍ଟରେ ବୁଢାଲୋ ଗ୍ରାମର ଡିଗ୍ରୀ ହୋଇଥିଲା। ସେବେଠାରୁ ବୁଢ଼ାଲୋ ଗ୍ରାମବାସୀ ଠିକ୍ ଠାକ୍ ତାଙ୍କର ପୂଜାର୍ଚ୍ଚନା କରି ଆସୁଥିଲେ। ଗତ କାଲି ରାତିରେ କେହି ଦୁର୍ବୃତ୍ତ ମୂର୍ତ୍ତିକୁ ଉଠାଇ ନେବା ପରେ ବୁଢ଼ା ଲୋ ଗ୍ରାମବାସୀଙ୍କ ସନ୍ଦେହ ସେହି ପୁରୁଣା ଘଟଣାକୁ ନେଇ ପଡ଼ୋଶୀ ଗ୍ରାମ ଉପରେ ହେଉଛି। ସେମାନେ ମୂର୍ତ୍ତି ଚୋରିକାରିଥିବା ସନ୍ଦେହ କରିବା ସହ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି । ସେହିପରି ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଥିବାର କଥା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି।ମନ୍ଦିରରୁ ସୁନା ଓ ରୁପା ଅଳଙ୍କାର ସହ ଦାନ ହୁଣ୍ଡିରେ ଥିବା ଟଙ୍କା ମଧ୍ୟ ଲୁଟ୍ ହୋଇଛି। ଏହା ସହ ମନ୍ଦିର ପରିସରରେ ଥିବା ଲଳିତା ଦେବୀଙ୍କ ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସେବାୟତଙ୍କ ସୂଚନା ଅନୁସାରେ, ପ୍ରାୟ ଦୁଇ ତୁଳା ସୁନା ଏବଂ ୪ କିଲୋଗ୍ରାମରୁ ଊର୍ଦ୍ଧ୍ୱ ରୁପା ଅଳଙ୍କାର ଚୋରି ହୋଇଛି। ଚୋରି କରିବା ପୂର୍ବରୁ ଦୁର୍ବୃତ୍ତମାନେ ମନ୍ଦିରରେ ଲାଗିଥିବା ସିସିଟିଭିର ତାର କାଟି ଦେଇଥିବା ଅଭିଯୋଗ ହୋଇଛି। ଏହାସହ ସିସିଟିଭିର ହାର୍ଡ ଡିସ୍କ ମଧ୍ୟ ଦୁର୍ବୃତ୍ତ ଖୋଲି ନେଇଯାଇଛନ୍ତି ।

ଫଳରେ ଚୋରି ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ହାତରେ ଲାଗିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ସହ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି ।
📲Get App