🔥 TRENDING सुपौल के मरौना में दर्दनाक हादसा! हिंडौन में दो भाइयो ं पर चाक ू से हमला... मुख्यमंत्री के दौरे से पहले आरती स्थल... Diljit Dosanjh Urged to Drop Four Song... राजधानी एक्सप्रेस की चपेट मे ं आन े से... Diljit Dosanjh Makes History as First...
13 Nov 2026•
ગુજરાતી मराठी ਪੰਜਾਬੀ বাংলা

ବ୍ଲକସ୍ତରୀୟ ମଧୁବାବୁ ପେନସନ ଯୋଜନାରେ ଜାତୀୟ ସହାୟତା କାର୍ଯ୍ୟକ୍ରମ l

✍️ Reporter: Dulendra Kumar Meher 🗓 13 Nov 2026, 09:32 PM 👁 19
Share: 💬 WhatsApp 📘 Facebook 𝕏 Post

ଜୁନାଗଡ଼ ବ୍ଲକରେ ୨୧୯୨ ଜଣ ନୂତନ ପେନସନ ଭୋଗୀ ଉପକୃତ ହେବେ l

କଳାହାଣ୍ଡି :-କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନୂତନ ପେନସନ ଭୋଗୀମାନଙ୍କ ପାଇଁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ୨୧୬ଜଣଙ୍କୁ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଗଲା l ଜୁନାଗଡ଼ ବ୍ଲକର ବିଭିନ୍ନ ପଂଚାୟତରେ ମୋଟ ୨୧୯୨ ଜଣ ନୂତନ ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରାଯିବ l

ଏହି କାର୍ଯ୍ୟକ୍ରମକୁ ସରକାରୀ ସ୍ୱଚ୍ଛତା ଓ ନିୟମ ଅନୁଯାୟୀ କାର୍ଯ୍ୟକାରୀ କରିବା ପାଇଁ ବ୍ଲକର ୪ଟି ପଞ୍ଚାୟତ ଯଥା -ଭଇଁରୀଗୁଡା, ବଳଦିଆମାଳ, ଚିଙ୍ଗୁଡ଼ିସର ଓ ମେରିଆବନ୍ଦଲି ପଂଚାୟତରେ ସ୍ୱତନ୍ତ୍ର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ନଭେମ୍ବର ୨୫ତାରିଖ ସୁଦ୍ଧା ବ୍ଲକର ସମସ୍ତ ଗ୍ରାମପଞ୍ଚାୟତରେ ଜିରୋ -ସ୍ତରୀୟ ପେନସନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l
ସମାଜର ବରିଷ୍ଠ ନାଗରିକ ତଥା ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଜୀବନକୁ ଅଧିକ ସୁରକ୍ଷିତ ଓ ସ୍ୱାବଲମ୍ବୀ କରିବା ଏହି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସାଶକ୍ତିକରଣ ଯୋଜନାର ମୂଳ ଉଦ୍ଦେଶ୍ୟ l ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ସରକାରଙ୍କ ଲକ୍ଷ୍ୟ l
ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସାଂସଦ ପ୍ରତିନିଧି ମୁକେଶ ଅଗ୍ରୱାଲ, ବ୍ଲକ ଚେୟାରମ୍ୟାନ ତଥା ବିଭିନ୍ନ ପ୍ରତିନିଧି, ବ୍ଲକ ପ୍ରଶାସନର ବରିଷ୍ଠ ଅଧିକାରୀ ବୃନ୍ଦ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ l
📲Get App