🔥 ट्रेंडिंग ভুটান এ ক্লাউড ব্লাস্ট হবার ফলে বেঙ্গল... Sabhi ko anurodh दिल्ली नगर निकाय ने लैंडफिल भरने पर नई... नई दिल्ली में 18वाँ ब्रिक्स शिखर सम्मे... अमर उजाला ने जारी किया आज का सिरसा स्थ... टाइगर शॉफ़र शूटर केस में 12वें आरोपी क...
30 अक्टू. 2026•
ગુજરાતી मराठी ਪੰਜਾਬੀ বাংলা

ସୁରକ୍ଷା ବ୍ୟାରିକେଡ଼ରେ ପିଟିହୋଇ ହୁ ହୁ ହୋଇ ଜଳିଗଲା l

✍️ रिपोर्टर: Dulendra Kumar Meher 🗓 29 अक्टू. 2026, 11:51 PM 👁 18
शेयर करें: 💬 WhatsApp 📘 Facebook 𝕏 Post

ଦ୍ରୁତଗତି ମହା ବିପତ୍ତି

ଦ୍ରୁତଗାମୀ ଚାରିଚକିଆ ହୁଣ୍ଡାଇ i-20 ଦୁର୍ଘଟଣାରେ ଜଳିଗଲା l

କଳାହାଣ୍ଡି :-କଳାହାଣ୍ଡି ଜିଲ୍ଳା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାତୀନଦୀ ନିକଟରେ ଏକ ହୁଣ୍ଡାଇ i-20 ଗାଡି ନମ୍ବର OR 02BL4482 ଚାରିଚକିଆ ଯାନ ଦୁର୍ଘଟଣା ଗ୍ରସ୍ତ l ସୂଚନା ମୁତାବକ ଜୁନାଗଡ଼ ସହରର ଶ୍ରୀ ସୋନୁ ବୈଠରୁ ଓ ସୁରଜ ଶତପଥୀ ନାମକ ବ୍ୟକ୍ତି ଦ୍ବୟ ମୋଟର ରୁ ଜୁନାଗଡ଼ ଦ୍ରୁତଗତି ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ସୁରକ୍ଷା ବ୍ୟାରିକେଡ଼ରେ ପିଟିହୋଇ ଗାଡିଟି ହୁ ହୁ ହୋଇ ଜଳିଗଲା l ଦେବଦୂତ ସାଜି ସ୍ଥାନୀୟ ଯୁବକମାନେ ନିଆଁ କୁ ଖାତିର ନ କରି ଗାଡି ଭିତରେ ଥିବା ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ l ପରେ ଗୁରୁତର ଯାତ୍ରୀଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନା ଜୁନାଗଡ଼ ରେ ଭର୍ତ୍ତି କରିଥିଲେ l
ଏହି ଘଟଣାର ଖବରପାଇ ଅଗ୍ନିଶମ ବିଭାଗ, ଜୁନାଗଡ଼ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ କରିଥଲେ, କିନ୍ତୁ ଗାଡିଟି ପୋଡ଼ିଯାଇ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି l ଜୁନାଗଡ଼ ପୋଲିସ ମଧ୍ୟ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଆରମ୍ଭକରିଛି l ସୂଚନାମୁତାବକ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିମନେ ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି l
📲Get App