🔥 TRENDING பள்ளி காலாண்டு விடுமுறை: ஏற்காட்டில் க... Louisiana Court Rules in Favor of Jone... Heavy Rain in Uttar Pradesh Claims 56... Thar SUV crashes into motorcycle on Dw... Virat Kohli's Six-Fueled Century Sets... Health Ministry advises lowest effecti...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

କଟକ ନିଆଳି ପନିର୍‌ରେ ମିଶୁଛି ମଇଦା ଓ ଡିଟରଜେଣ୍ଟ , ଅପମିଶ୍ରିତ ନେଇ ସ୍ପଷ୍ଟ କଲେ KMC ସ୍ୱାସ୍ଥ୍ୟ ଅଧିକାରୀ

✍️ Reporter: Deepak Mahapatra 🗓 24 Sep 2026, 12:32 PM 👁 77
Share: 💬 WhatsApp 📘 Facebook 𝕏 Post
କଟକ : ପ୍ରସିଦ୍ଧ ନିଆଳି ଛେନାକୁ ନେଇ ବଡ ଖବର। କଟକ ନିଆଳି ଛେନା ବା ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ। ପନିର ଅପମିଶ୍ରିତ ନେଇ ସ୍ପଷ୍ଟ କଲେ KMC ସ୍ୱାସ୍ଥ୍ୟ ଅଧିକାରୀ। ହରିୟାଣା ଲ୍ୟାବ୍‌ରୁ ରିପୋର୍ଟ ମିଳିବା ପରେ ଜଣାପଡ଼ିଛି ସତ। କିଛି ଦିନ ପୂର୍ବରୁ ଜବତ ୭୩ କ୍ୱିଣ୍ଟାଲ ପନିରର ନମୁନା ଟେଷ୍ଟ ପାଇଁ ହରିୟାଣା ପଠାଯାଇଥିଲା। ଏହି ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇଛି। ପ୍ରାଥମିକ ତଦନ୍ତରୁ ବିପୁଳ ମଇଦା, ଡିଟରଜେଣ୍ଟ ମିଶିଥିବା ପ୍ରମାଣ ହୋଇଛି। ପନିରକୁ ସଫ୍ଟ କରିବା ପାଇଁ ଡିଟରଜେଣ୍ଟ ମିଶୁଥିଲା।
ସୂଚନା ଅନୁଯାୟୀ କଟକ ମହାନଗର ନିଗମ (KMC) ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଚଢ଼ାଉରେ ନିଆଳି ଓ ଅଢ଼ଶପୁର ଅଞ୍ଚଳରୁ ଆସୁଥିବା ପ୍ରାୟ ୭୩ କ୍ୱିଣ୍ଟାଲ ଅପମିଶ୍ରିତ ପନିର ଓ ଛେନା ଜବତ କରି ନଷ୍ଟ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା।ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ ଅନୁସାରେ, ପନିରର ଓଜନ ବଢ଼ାଇବା ଏବଂ ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ଏଥିରେ ମଇଦା, ଷ୍ଟାର୍ଚ ଏବଂ "ପାରସ" ନାମକ ଏକ କେମିକାଲ୍ ମିଶାଯାଉଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଏହାକୁ ଟେଷ୍ଟ ପାଇଁ ପଠାଯାଇଥିଲା।
📲Get App