🔥 ट्रेंडिंग धरुवार टोल प्लाजा पर हाईवे यातायात पुल... Shubman Gill and Virat Kohli each hit... India Clinches 8‑Wicket Victory Over W... रघुबीर यादव ने कहा, ‘पंचायत’ फ़िल्म सफ... पारिनीति चोपड़ा ने खुलासा किया माँ के... सुषांत सिंह राजपूत की बहन ने दावा किया...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

IPS ସ୍ତରରେ ଅଦଳବଦଳ; ସର୍ବଣା ବିବେକ ଏମ୍‌ ଭୁବନେଶ୍ୱର ଡିସିପି

✍️ रिपोर्टर: Deepak Mahapatra 🗓 23 सित. 2026, 12:24 PM 👁 42
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ସରକାର ଆଜି IPS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ବ୍ରହ୍ମପୁର ଏସ୍‌ପି ଥିବା ୨୦୧୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ଡ. ସର୍ବଣା ବିବେକ ଏମ୍‌ଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଛି। ଜଗମୋହନ ମୀନା ଚାକିରି ଛାଡ଼ି ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଢେଙ୍କାନାଳ ଏସ୍‌ପି ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି। ସେ ହେଉଛନ୍ତି ୨୦୧୯ ବ୍ୟାଚ୍‌ର ଆଇପିଏସ୍ ଅଫିସର।
ପାରାଦୀପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଅତିରିକ୍ତ ଏସ୍‌ପି) ଥିବା ୨୦୨୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅଜିଙ୍କ୍ୟ ବି. ମାନେଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ବଦଳି କରାଯାଇଛି। ରାଜ୍ୟ ଆରକ୍ଷୀ ମୁଖ୍ୟାଳୟରେ ସହକାରୀ ଆରକ୍ଷୀ ଅଧୀକ୍ଷକ ଥିବା ଏ.ବି ଶିଳ୍ଫାଙ୍କୁ ବରଗଡ଼ର ଏସ୍‌ଡିପିଓ ଭାବେ ବଦଳି କରାଯାଇଥିବା ନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ମାତ୍ର ୧୩ ବର୍ଷ ଚାକିରି କରିବା ପରେ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଚାକିରି ଛାଡ଼ି ଦେବା ନେଇ ଯେତିକି ଚର୍ଚ୍ଚାରେ ଥିଲେ ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ତଦନ୍ତକୁ ନେଇ ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି ଆଇପିଏସ୍‌ ସର୍ବଣା ବିବେକ ଏମ୍‌। କାରଣ ଏହି ମାମଲାରେ ସେ ଜଣେ ହାଇପ୍ରୋଫାଇଲ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଭିଯୁକ୍ତ କରାଯାଇଛି ଓ ସେ ଗିରଫ ହୋଇ ଜେଲ୍‌ରେ ପ୍ରାୟ ୧୦ ମାସ ରହିବା ପରେ ଜାମିନ୍‌ରେ ଆସିଛନ୍ତି।
📲Get App