मौसम
ଆକାଶରେ ଘଡ଼ଘଡ଼ି, ଆସିପାରେ ବର୍ଷା; ଆଗାମୀ ୩ ଘଣ୍ଟା ପାଇଁ ଓଡ଼ିଶାର ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା IMD
ଭୁବନେଶ୍ୱର: ସାବଧାନ, ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ୪ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ। ଆଗାମୀ ୩ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ମାରିବା ସହ ହାଲୁକା ବର୍ଷା ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଅପରାହ୍ନ ୫ଟା ୧୦ ମିନିଟରେ ଜାରି ହୋଇଥିବା ନୋକାଷ୍ଟ ଚେତାବନୀ ଅନୁଯାୟୀ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଏହି ପାଣିପାଗ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
୪ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ
ସମ୍ଭାବ୍ୟ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ IMD ପରାମର୍ଶ ଦେଇଛି । ପାଣିପାଗରେ ଅଚାନକ ପରିବର୍ତ୍ତନ ହେଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି।
ବିଶେଷକରି ଘଡ଼ଘଡ଼ି ଓ ବିଜୁଳି ମାରିବା ସମୟରେ ଖୋଲା ପଡ଼ିଆ, ଗଛ ତଳ ଓ ଅନ୍ୟ ଅସୁରକ୍ଷିତ ସ୍ଥାନରେ ଆଶ୍ରୟ ନନେବାକୁ ପରାମର୍ଶ ଦିଆଯାଇଛି। ତେଣୁ ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଲୋକେ ଆଗାମୀ ୩ ଘଣ୍ଟା ପାଣିପାଗ ଉପରେ ନଜର ରଖିବା ସହ ସତର୍କ ରୁହନ୍ତୁ।