🔥 TRENDING धारदार हथियार कुल्हाड़ी से एक लड़के की... केरल के कोट्टक्कल में महाल मेला शुरू Kashmir updates गोपालगंज में रबी फसल के लिए 1.26 लाख ह... Karnataka to Launch App to Stop Reuse... Udaipur Trains to Halt Until Dec 28; J...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ‘ଅକ୍ୱାନ୍'କୁ ନେଇ ସରକାରଙ୍କ ବଡ଼ ପ୍ରସ୍ତୁତି; ୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ ନିୟୋଜିତ

✍️ Reporter: Deepak Mahapatra 🗓 19 Nov 2026, 11:58 AM 👁 21
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ‘ଅକ୍ୱାନ୍’ର ସମ୍ଭାବ୍ୟ ପ୍ରଭାବକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ବଢ଼ିଛି। ବାତ୍ୟା ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ଼ କରିବାକୁ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି। ଏହି ଅଧିକାରୀମାନେ ରାଜ୍ୟ ଆପାତକାଳୀନ ଅପରେସନ୍ ସେଣ୍ଟର (SEOC)ରେ ରହି ବାତ୍ୟା ପରିସ୍ଥିତି ଉପରେ ନଜର ରଖିବେ।

କେଉଁ ୧୦ ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ?

୨୪ ଘଣ୍ଟିଆ ଡ୍ୟୁଟି ପାଇଁ ନିୟୋଜିତ ବରିଷ୍ଠ IAS ଅଧିକାରୀମାନେ ହେଲେ:

ଦେଓରଞ୍ଜନ କୁମାର ସିଂହ
ଡ. ଅରବିନ୍ଦ କୁମାର ପାଢ଼ୀ
ହେମନ୍ତ ଶର୍ମା
ବିଶାଳ କୁମାର ଦେବ
ଉଷା ପାଢ଼ୀ
ଚିତ୍ରା ଅରୁମୁଗମ୍
ସଞ୍ଜୟ ସିଂହ
ସଞ୍ଜୀବ ମିଶ୍ର
ସୁରେଶ କୁମାର ବଶିଷ୍ଠ
ଭାସ୍କର ଜ୍ୟୋତି ଶର୍ମା
SEOCରୁ ଚାଲିବ ବାତ୍ୟା ମୁକାବିଲାର ମନିଟରିଂ

ଏହି ଅଧିକାରୀମାନେ ରାଜ୍ୟ ଆପାତକାଳୀନ ଅପରେସନ୍ ସେଣ୍ଟରରେ ରହି ବାତ୍ୟା ସମ୍ପର୍କିତ ସମସ୍ତ ଗତିବିଧି ଉପରେ ନଜର ରଖିବେ। ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ଏବଂ ଜରୁରିକାଳୀନ ପଦକ୍ଷେପର ସୁଗମ ପରିଚାଳନା ଏମାନଙ୍କ ମୁଖ୍ୟ ଦାୟିତ୍ୱ ରହିବ।

ବାତ୍ୟାକୁ ନେଇ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଜୋରଦାର କରିଥିବାବେଳେ ପ୍ରଶାସନିକ ସ୍ତରରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଉଛି। ଏବେ ଜନସାଧାରଣଙ୍କ ସୁରକ୍ଷା ଓ ବାତ୍ୟାର ସଫଳ ମୁକାବିଲା ଉପରେ ସରକାରଙ୍କ ଫୋକସ୍ ରହିଛି।
📲Get App