🔥 ट्रेंडिंग અરબ સાગરમાં કોસ્ટ ગાર્ડનું સફળ ઓપરેશન:... कौशाम्बी के मोहम्मदपुर गांव में कार मे... અરબ સાગરમાં કોસ્ટ ગાર્ડનું સફળ ઓપરેશન:... आयुष्मान खुराना ने 'ये प्रेम मोल लिया'... पश्चिम बंगाल बायपोल्स से कांग्रेस‑टीएम... पश्चिम बंगाल के परिवहन मंत्री ने नदी ल...
30 सित. 2026•
ગુજરાતી मराठी ਪੰਜਾਬੀ বাংলা
DGP ଚୟନ ବିବାଦ: ଶୁଣାଣି ଶେଷ, ରାୟ ସଂରକ୍ଷିତ, ମନଇଚ୍ଛା ତାଲିକା ପ୍ରସ୍ତୁତ ଓ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାରକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ
नौकरी

DGP ଚୟନ ବିବାଦ: ଶୁଣାଣି ଶେଷ, ରାୟ ସଂରକ୍ଷିତ, ମନଇଚ୍ଛା ତାଲିକା ପ୍ରସ୍ତୁତ ଓ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାରକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

✍️ रिपोर्टर: Deepak Mahapatra 🗓 30 सित. 2026, 12:54 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ସୁପ୍ରିମକୋର୍ଟରେ ଚାଲିଥିବା ଡିଜିପି ଚୟନ ବିବାଦ ମାମଲା ଶୁଣାଣି ଆଜି ଶେଷ ହୋଇଛି। ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଯଦି କୌଣସି ଅସାଧାରଣ ସ୍ଥିତି ଥିଲା, ତେବେ ରାଜ୍ୟ ସରକାର ଧାରା ୫(୧୨) ଅଧୀନରେ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିବା ଆବଶ୍ୟକ ଥିଲା।ରାଜ୍ୟର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଚୟନ ବିବାଦ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଆଜି ଶେଷ ହୋଇଛି। ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣିବେଳେ ଡିଜି ପଦବୀ ଖାଲି ହେବା ପୂର୍ବରୁ ଲେଭଲ-୧୬ ଓ ଲେଭଲ-୧୫ ଅଫିସରଙ୍କ ନାମ ଏକାଠି ପଠାଯିବା, ମଇ ମାସରେ ତାଲିକା ପଠାଇବା ପରେ ଅଗଷ୍ଟ ୧୦ ତାରିଖରେ ନୂଆ ପଦୋନ୍ନତି ଦେଇ ପରବର୍ତ୍ତୀ ତାଲିକା ଯୋଡ଼ିବା ଓ କୌଣସି ଏଫଆଇଆର୍ ନଥାଇ କେବଳ ସିବିଆଇ ଚିଠି ଆଳରେ ଜଣେ ବରିଷ୍ଠ ଅଫିସରଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରାଯିବାକୁ ନେଇ ଖଣ୍ଡପୀଠ ଆଜି ଆଇନଗତ ପ୍ରଶ୍ନ ଉଠାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି.ମୋହନାଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଆଜି ପ୍ରାୟ ଦେଢ଼ଘଣ୍ଟା ଧରି ଶୁଣାଣି କରିଥିଲେ। ଓଡ଼ିଶା ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଜର ପକ୍ଷ ରଖିଥିଲେ। ପୂର୍ବରୁ ଏହି ମାମଲାରେ ବରିଷ୍ଠ ଓକିଲ ପି. ଚିଦାମ୍ବରମ, କରୁଣା ନନ୍ଦୀ, ପ୍ରଶାନ୍ତ ଭୂଷଣ ଓ ଆମିକସକ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ପକ୍ଷ ଶୁଣିଥିବା ଖଣ୍ଡପୀଠ ଆଜି ସଲିସିଟର ଜେନେରାଲଙ୍କ ଯୁକ୍ତି ଶୁଣିବା ପରେ ‘ଓଡ଼ିଶା ପ୍ରସଙ୍ଗ ସରିଲା, ରାୟ ସଂରକ୍ଷିତ ରହିଲା’ ବୋଲି ସ୍ପଷ୍ଟ ଭାବେ ଘେଷଣା କରିଥିଲେ।

ଆଜି ମଧ୍ୟାହ୍ନ ବିରତି ପରେ ଶୁଣାଣି ଆରମ୍ଭ ହେବାମାତ୍ରେ ସଲିସିଟର ଜେନେରାଲ ଶ୍ରୀ ମେହେଟ୍ଟା କହିଥିଲେ ଯେ, ସରକାର କାହାକୁ ନିଜର 'ବ୍ଲୁ-ଆଏଡ୍ ବୟ' ଭାବି ଆଗକୁ ଆଣିନାହାନ୍ତି। ଓଡ଼ିଶା ଗୋଟିଏ ଛୋଟ ରାଜ୍ୟ ଓ ସେଠାରେ ଡିଜି ପାହ୍ୟାରେ ମାତ୍ର ଦୁଇଟି କ୍ୟାଡର ଓ ଦୁଇଟି ଏକ୍ସକ୍ୟାଡର ପଦବୀ ରହିଛି। ତତ୍କାଳୀନ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଅଗଷ୍ଟ ୧୬ରେ ଓ ବରିଷ୍ଠ ଆଇପିଏସ୍ ବିନୟତୋଷ ମିଶ୍ର ନଭେମ୍ବର ୩୦ରେ ଅବସର ନେବେ। ଯଦି ରାଜ୍ୟ କେବଳ ୩ଟି ନାଁ ପଠାଇଥାନ୍ତା, ତେବେ ସେହି ୩ଟିି ନାଁ ହିଁ ୟୁପିଏସସିରୁ ଫେରି ଆସିଥାନ୍ତା ଓ ପ୍ରକୃତ ଚୟନ ପାଇଁ ବିକଳ୍ପ ରହି ନଥାନ୍ତା।

୧୯୯୪ ବ୍ୟାଚର ସଞ୍ଜିବ ପଣ୍ଡା ଓ ଯଶୱନ୍ତ କୁମାର ଜେଠୱା ୩୦ବର୍ଷ ଚାକିରି ପୂରଣ କରି ୨୦୨୪ ଜାନୁୟାରୀ ୧ରୁ ଲେଭଲ-୧୬ ପାଇଁ ଯୋଗ୍ୟ ଥିଲେ ମଧ୍ୟ ସାଢ଼େ ତିନି ବର୍ଷ ଧରି ପଦୋନ୍ନତି ଅପେକ୍ଷାରେ ରହିଥିଲେ ଓ ସେମାନେ ୨୦୨୮ ମସିହାରେ ଅବସର ନେବେ। ତେଣୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଅସ୍ଥାୟୀ ଏକ୍ସ କ୍ୟାଡର ପଦବୀ ମଞ୍ଜୁର କରାଇବାର ପ୍ରକ୍ରିୟା ୨୦୨୪ ମସିହାରୁ ଆରମ୍ଭ ହୋଇଥିଲା ଓ ୨୦୨୬ ଫେବୃୟାରୀ ୪ ତାରିଖରେ ଚିଠି ଲେଖାଯାଇଥିଲା, ଯାହାକି ମଇ ମାସରେ ୟୁପିଏସସିକୁ ତାଲିକା ପଠାଯିବାର ବହୁ ପୂର୍ବର ଘଟଣା। କେନ୍ଦ୍ର ସରକାରଙ୍କ ଅନୁମୋଦନରେ ୨୦୨୬ ଅଗଷ୍ଟ ୧୦ତାରିଖରେ ରାଜ୍ୟ ସ୍କ୍ରିନିଂ କମିଟି ଦ୍ୱାରା ଶ୍ରୀ ପଣ୍ଡା ଓ ଶ୍ରୀ ଜେଠୁୱାଙ୍କୁ ପଦୋନ୍ନତି ଦିଆଯାଇଥିଲା। ପଦବୀ ଖାଲି ହେବା ତାରିଖ ସୁଦ୍ଧା ସେମାନେ ଲେଭଲ-୧୬ରେ ଥିବାରୁ ସେମାନଙ୍କ ନାମ ବିଚାରକୁ ନିଆଯିବା ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ବୋଲି ସଲିସିଟର ଜେନେରାଲ ଶ୍ରୀ ମେହେଟ୍ଟା ଯୁକ୍ତି ବାଢ଼ିଥିଲେ।

ମାତ୍ର ଖଣ୍ଡପୀଠ ଏହା ଉପରେ କଡ଼ା ଆପତ୍ତି ଉଠାଇ କହିଥିଲେ ଯେ, ପ୍ରିୟ ବା ଅପ୍ରିୟ କଥା ଏଠାରେ ଉଠୁନାହିଁ, ମୂଳ କଥା ହେଉଛି ନିୟମ ଅନୁସାରେ ଢାଂଚା ଓ ପ୍ରକ୍ରିୟା ପାଳନ ହୋଇଛି କି ନାହିଁ ? ମଇ ମାସରେ ପ୍ରସ୍ତାବ ପଠାଇ ସାରିବା ପରେ, ଅଗଷ୍ଟ ୧୦ତାରିଖରେ ନିଜ ଆଡୁ ପଦୋନ୍ନତି ଦେଇ କୋର୍ଟଙ୍କ ବିନାନୁମତିରେ ସେହି ନାମଗୁଡ଼ିକୁ ପୁରୁଣା ତାଲିକାରେ ପଛପଟୁ ଯୋଡ଼ିବା ସୁପ୍ରିମକୋର୍ଟଙ୍କ ନିୟମାବଳୀର ଧାରା ୫(୧୨)ର ସ୍ପଷ୍ଟ ଉଲ୍ଲଂଘନ। ଯଦି କୌଣସି ଅସାଧାରଣ ସ୍ଥିତି ଥିଲା, ତେବେ ରାଜ୍ୟ ସରକାର ଧାରା ୫(୧୨) ଅଧୀନରେ କୋର୍ଟଙ୍କ ଅନୁମତି ଲୋଡ଼ିବା ଆବଶ୍ୟକ ଥିଲା। ମାତ୍ର ରାଜ୍ୟ ନିଜ ଆଡୁ ସମାନ୍ତରାଳ ଭାବେ ନୂତନ ତାଲିକା ପଠାଇ ଚୟନ ପ୍ରକ୍ରିୟାକୁ ବିଳମ୍ବିତ କରିପାରିବେ ନାହିଁ।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ୟୁପିଏସସି ନିୟମାବଳୀର ଧାରା ୨-କ ଓ ୨-ଖ ର ଅନୁପାଳନ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ନିୟମ ଅନୁସାରେ ପଦବୀ ଖାଲି ହେବାର ୩ମାସ ପୂର୍ବରୁ ଲେଭଲ-୧୬ ତାଲିକାରୁ ଯୋଗ୍ୟ ଅଧିକାରୀଙ୍କ ନାମ ୟୁପିଏସସିକୁ ପଠାଯିବା କଥା। କିନ୍ତୁ ରାଜ୍ୟ ସରକାର ଲେଭଲ-୧୬ ସହିତ ଲେଭଲ-୧୫ ର ନାଁକୁ ମିଶାଇ ପଠାଇ ଉଭୟ ଧାରାକୁ ଏକାକାର କରିଦେଇଛନ୍ତି।

କୋର୍ଟ ସ୍ପଷ୍ଟ ଭାବେ ନିଜର ଆପତ୍ତି ଉଠାଇ କହିଛନ୍ତି ଯେ, ଧାରା ୨-କ ଓ ୨-ଖ ରେ ପରସ୍ପରର ବିରୋଧାଭାସ ରହିଛି। ଯଦି ଲେଭଲ-୧୬ ରେ ଯୋଗ୍ୟ ଅଫିସର ଉପଲବ୍ଧ ନାହାନ୍ତି କିମ୍ବା ୟୁପିଏସସି ସେମାନଙ୍କୁ ଅନୁପଯୁକ୍ତ ମନେକରେ, କେବଳ ସେହି ପରିସ୍ଥିତିରେ ହିଁ ଧାରା ୨-ଖ ଅଧୀନରେ ଲେଭଲ-୧୫ ଅଫିସରଙ୍କ ନାମ ବିଚାରକୁ ଆସିପାରିବ। ରାଜ୍ୟ ସରକାର ପୂର୍ବରୁ ହିଁ ମନଗଢ଼ା ଅନୁମାନ ଲଗାଇ ଲେଭଲ-୧୬ ଅଫିସର ଅନୁପଯୁକ୍ତ ହୋଇଯିବେ ବୋଲି ଭାବି ଉଭୟ ତାଲିକା ଏକାଠି ପଠାଇବା ଦ୍ୱାରା ୟୁପିଏସସିକୁ ଏକ ପ୍ରକାର ପ୍ରରୋଚିତ ବା ପ୍ରମ୍ପ୍ଟ କରାଯାଉଛି।

ସେହିପରି ବରିଷ୍ଠ ଆଇପିଏସ ଅଫିସର ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଆସିଥିବା ସିବିଆଇ ଚିଠିକୁ ଅନୁଧ୍ୟାନ କରି ଖଣ୍ଡପୀଠ କହିଥିଲେ ଯେ, ଏହି ଚିଠିରେ ସମ୍ପୃକ୍ତ ଅଫିସରଙ୍କ ନାମରେ କୌଣସି ଏଫଆଇଆର୍ ନାହିଁ କିମ୍ବା ସେ ଅଭିଯୁକ୍ତ ହୋଇନାହାନ୍ତି, ବରଂ ଏହା କେବଳ ଏକ ସମ୍ଭାବ୍ୟ ଯାଂଚର ସୂଚନା ଥିଲା। କୋର୍ଟ (Supreme Court) ସ୍ପଷ୍ଟ ଚେତାବନୀ ଦେଇ କହିଥିଲେ ଯେ, ଯଦି କେବଳ ଏପରି ଏକ ଚିଠି ଆଳରେ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ଏତେ ବ୍ୟାପକ ବିଚାରଧୀନ କ୍ଷମତା ଦିଆଯାଏ, ତେବେ ଭବିଷ୍ୟତରେ ଏହାର ବ୍ୟାପକ ଅପବ୍ୟବହାର ହେବ ଓ ପ୍ରଶାସନିକସ୍ତରରେ ଯୋଗ୍ୟ ଅଫିସରଙ୍କୁ ଅଣଦେଖା କରି ମନଇଚ୍ଛା କାର୍ଯ୍ୟ କରିବାର ପରମ୍ପରା ବୃଦ୍ଧି ପାଇବ।
ଖଣ୍ଡପୀଠ ଓଡ଼ିଶା ମାମଲାର ଶୁଣାଣିବେଳେ ୟୁପିଏସସିଙ୍କ ଭୂମିକାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୁପ୍ରିମକୋର୍ଟଙ୍କ ୨୦୧୮ ଆଦେଶରେ ପଦବୀ ଖାଲି ହେବାର ‘୩ମାସ ପୂର୍ବରୁ’ ପ୍ରସ୍ତାବ ପଠାଇବାକୁ କୁହାଯାଇଥିବାବେଳେ ୟୁପିଏସସି ନିଜ ଆଡ଼ୁ 'ଖାଲି ପଦବୀ ସୃଷ୍ଟି ହେବା ତାରିଖରୁ' ଶବ୍ଦ କାହିଁକି ଯୋଡ଼ିଲା ବୋଲି ପ୍ରଶ୍ନ କରିଥିଲେ। ପୁଲିସ ଡିଜି(Police DG) ଚୟନ ପ୍ରକ୍ରିୟା ୩ମାସ ପୂର୍ବରୁ ଆରମ୍ଭ ହେବାବେଳେ ଯେଉଁମାନେ ଲେଭଲ-୧୬ ରେ ଥିବେ, ସେମାନେ ହିଁ ଯୋଗ୍ୟତା ପରିସରଭୁକ୍ତ ହେବେ ଓ ମଧ୍ୟବର୍ତ୍ତୀ କାଳରେ ପଦୋନ୍ନତି ପାଇଥିବା ବ୍ୟକ୍ତିଙ୍କୁ ସାମିଲ କଲେ ଯୋଗ୍ୟତା ପରିସର ଅସ୍ଥିର ହୋଇପଡ଼ିବ ବୋଲି ଖଣ୍ଡପୀଠ କହିଥିଲେ।

ତେବେ ୟୁପିଏସସି ପକ୍ଷରୁ ତେଲେଙ୍ଗାନା ଉଦାହରଣ ଦିଆଯିବା ପରେ ଖଣ୍ଡପୀଠ କହିଥିଲେ ଯେ, ତେଲେଙ୍ଗାନାରେ ଦୀର୍ଘ ୭ବର୍ଷ ଧରି ସୁପାରିଶ ନଆସିବା ଏକ ଅସାଧାରଣ ବ୍ୟତିକ୍ରମ ଥିଲା, ତାହାକୁ ସାଧାରଣ ନିୟମ ଭାବେ ଓଡ଼ିଶା କ୍ଷେତ୍ରରେ ଲାଗୁ କରାଯାଇପାରିବ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ପରାମର୍ଶ ଦେଇଥିଲେ ଯେ, ୟୁପିଏସସି ଏକ ସ୍ୱତନ୍ତ୍ର ସଫ୍ଟୱେୟାର ମାଧ୍ୟମରେ ଅବସର ତାରିଖ ଉପରେ ନଜର ରଖିବା ଉଚିତ ଓ ୩ମାସ ମଧ୍ୟରେ ପ୍ରସ୍ତାବ ନଆସିଲେ ସିଧାସଳଖ ସୁପ୍ରିମକୋର୍ଟଙ୍କୁ ଜଣାଇବା ଦରକାର। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଆଜି ଓଡ଼ିଶା ଡିଜିପି ଚୟନ ମାମଲାର ଶୁଣାଣି ସମାପ୍ତ କରି ଆଦେଶ ସଂରକ୍ଷିତ ରଖିଛନ୍ତି।

ଆଜିର ଶୁଣାଣିବେଳେ ସୁଶାନ୍ତ ନାଥଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ କରୁଣା ନନ୍ଦୀ ଅଭିଯୋଗ କରିଥିଲେ ଯେ, ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ପଚରାଉଚରା ହୋଇଥିବା ଅଫିସରଙ୍କୁ ସରକାର ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ଦେଇଥିଲେ ମଧ୍ୟ ତାଙ୍କ ବେଳକୁ ପାତରଅନ୍ତର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଅବଶ୍ୟ କରୁଣାଙ୍କ ଏହି ଯୁକ୍ତିକୁ ସଲିସିଟର ଜେନେରାଲ ସ୍ପଷ୍ଟ ଭାବେ ଖାରଜ କରିବା ସହ ଏହା ଦଶନ୍ଧି ପୁରୁଣା ମାମଲା ଓ ସେଥିରେ ଉଭୟ ଅଫିସରଙ୍କର କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏପରିକି ଏହି ତଥ୍ୟକୁ କୋର୍ଟ ରେକର୍ଡରେ ନରଖିବାକୁ ମଧ୍ୟ ସେ କହିଥିଲେ।
📲Get App