राजनीति
CAG ରିପୋର୍ଟରେ ପଂଚାୟତ ଓ ପୌରସଂସ୍ଥାର ବିକଳ ଚିତ୍ର: ବାଇକ୍-ଅଟୋରେ ୬୦ ହଜାର ଟନ୍ ଅଳିଆ ବୁହା, କୋଟିକୋଟି ଟଙ୍କାର ଅନିୟମିତତା ସହ ଲୋକଙ୍କ ଅର୍ଥ ହରିଲୁଟ୍
ସହରାଂଚଳରୁ ନେଇ ଗ୍ରାମାଂଚଳ ପର୍ଯ୍ୟନ୍ତ ପ୍ରଶାସନିକ ଖାମଖିଆଲି ଚରମସୀମାରେ ପହଂଚିଥିବାବେଳେ ବାଇକ୍ ଓ ଇ-ରିକ୍ସାରେ ହଜାର ହଜାର ଟନ୍ ଅଳିଆ ଆବର୍ଜନା ପରିବହନ କରାଯାଇଥିବା ଦର୍ଶାଇ କୋଟି କୋଟି ଟଙ୍କା ଲୁଟି ନିଆଯାଇଥିବାର ବିକଳ ଚିତ୍ର ସିଏଜିଙ୍କ ଅଡିଟ୍ ରିପୋର୍ଟରେ ପଦାକୁ ଆସିଛି।ରାଜ୍ୟର ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ଉନ୍ନତି ପାଇଁ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ବ୍ୟାପକ ଅନିୟମିତତା ଓ ହରିଲୁଟ୍ ହେଉଛି, ତା’ର ଏକ ବିକଳ ଚିତ୍ର ସିଏଜିଙ୍କ ଅଡିଟ୍ ରିପୋର୍ଟରେ ପଦାକୁ ଆସିଛି। ସହରାଂଚଳରୁ ନେଇ ଗ୍ରାମାଂଚଳ ପର୍ଯ୍ୟନ୍ତ ପ୍ରଶାସନିକ ଖାମଖିଆଲି ଚରମସୀମାରେ ପହଂଚିଥିବାବେଳେ ବାଇକ୍ ଓ ଇ-ରିକ୍ସାରେ ହଜାର ହଜାର ଟନ୍ ଅଳିଆ ଆବର୍ଜନା ପରିବହନ କରାଯାଇଥିବା ଦର୍ଶାଇ କୋଟି କୋଟି ଟଙ୍କା ଲୁଟି ନିଆଯାଇଛି।
ସମ୍ବିଧାନ ସଂଶୋଧନର ଦୀର୍ଘ ତିନି ଦଶନ୍ଧି ପରେ ମଧ୍ୟ ତୃଣମୂଳସ୍ତରର ସ୍ୱାୟତ୍ତ ଶାସନ ପ୍ରତିଷ୍ଠାନଗୁଡ଼ିକୁ କ୍ଷମତାହୀନ କରି ରଖାଯାଇଛି, ଯେଉଁଥିପାଇଁ ଗ୍ରାମାଂଚଳର ପଂଚାୟତ ସମିତି ଓ ଜିଲ୍ଲା ପରିଷଦଗୁଡ଼ିକ ନିଜସ୍ୱ ଆୟ ବୃଦ୍ଧି କରି ନପାରି ସମ୍ପୂର୍ଣ୍ଣ ଭାବେ ସରକାରୀ ଅନୁଦାନ ଉପରେ ଏବେବି ବୋଝ ହୋଇ ରହିଛନ୍ତି। ଗ୍ରାମ ପଂଚାୟତକୁ ବାଦ୍ ଦେଲେ ପଂଚାୟତ ସମିତି ଓ ଜିଲ୍ଲା ପରିଷଦକୁ କୌଣସି ପ୍ରକାର ଟିକସ ବା ଫି’ ଆଦାୟର କ୍ଷମତା ଦିଆଯାଇ ନଥିବାରୁ ଏହି ପ୍ରତିଷ୍ଠାନଗୁଡ଼ିକ ଆର୍ôଥକ ସ୍ୱାଧୀନତା ହାସଲ କରିବାରେ ବିଫଳ ହୋଇଛନ୍ତି।
ଆଜି ବିଧାନସଭାରେ ଉପସ୍ଥାପିତ ସିଏଜିଙ୍କ ଅଡିଟ୍ ରିପୋର୍ଟ (୨୦୨୩ ମାର୍ଚ୍ଚ ସୁଦ୍ଧା) ଅନୁସାରେ, ୭୩ତମ ସମ୍ବିଧାନ ସଂଶୋଧନ ଆଇନ ଲାଗୁ ହେବାର ୨୭ ବର୍ଷ ପରେ ଅର୍ଥାତ୍ ୨୦୨୦ ମସିହାରେ ରାଜ୍ୟ ସରକାର ସମ୍ପତ୍ତି ହସ୍ତାନ୍ତର ନିର୍ଦ୍ଦେଶ ଜାରି କରିଥିଲେ ହେଁ ତାହା କେବଳ କାଗଜକଲମରେ ସୀମିତ ରହିଛି। ସମ୍ବିଧାନର ଏକାଦଶ ଅନୁସୂଚୀରେ ଥିବା ୨୯ଟି କାର୍ଯ୍ୟ ମଧ୍ୟରୁ ରାଜ୍ୟ ସରକାର ମାତ୍ର ୨୧ଟି ବିଷୟ କାଗଜପତ୍ରରେ ହସ୍ତାନ୍ତର କରିଥିବାବେଳେ ବାକି ୮ଟି ବିଷୟ ଯଥା ସାମାଜିକ ବନୀକରଣ, କ୍ଷୁଦ୍ର ଶିଳ୍ପ, ଖଦି ଓ ଗ୍ରାମୋଦ୍ୟୋଗ, ଜାଳେଣି ଓ ଗୋ ଖାଦ୍ୟ, ଗ୍ରାମ୍ୟ ବିଦ୍ୟୁତିକରଣ, ବୈଷୟିକ ଶିକ୍ଷା, ପାଠାଗାର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏଯାଏଁ ବିଚାରାଧୀନ ରଖାଯାଇଛି।
ଅଡିଟବେଳେ ସହରାଂଚଳ ପ୍ରଶାସନରେ ଅନିୟମିତତାର ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି । ରାଉରକେଲା ମହାନଗର ନିଗମ ଅଧୀନରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ନିକଟସ୍ଥ ଡମ୍ପିଂ ୟାର୍ଡରେ ପୁରୁଣା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାର୍ଯ୍ୟରେ ମେସର୍ସ ପୂଜା କନସଲଟେସନ କୋ ଆଉ ମେସର୍ସ ଗ୍ଲୋବାଲ ଟେକ୍ ଏନଭାୟରୋ ଏକ୍ସପର୍ଟସ ପ୍ରାଇଭେଟ ଲିମିଟେଡ ସଂସ୍ଥାକୁ ୩ କୋଟି ୨୯ ଲକ୍ଷ ଟଙ୍କାର ସନ୍ଦେହଜନକ ପେମେଣ୍ଟ କରାଯାଇଛି।
ପରିବହନ ପୋର୍ଟାଲ ଯାଂଚରୁ ଜଣାପଡିଛି ଯେ ୬୦୦୫୮ ମେଟ୍ରିକ ଟନ୍ ଅଳିଆ ବୋହିବା ପାଇଁ ୨ଟି ମୋଟରସାଇକେଲ, ଗୋଟିଏ ଇ-ରିକ୍ସା, ଗୋଟିଏ ଭିଟାରା ବ୍ରେଜା କାର୍ ଓ ଗୋଟିଏ ଅସ୍ତିତ୍ୱହୀନ ଗାଡି ନମ୍ବର ବ୍ୟବହାର କରାଯାଇଥିବା ଦର୍ଶାଇ ବିଲ୍ ପାସ୍ କରାଯାଇଛି, ଯେଉଁଥିରେ ଗାଡି ଖାଲି ଓ ଭର୍ତ୍ତି ଓଜନ ମଧ୍ୟରେ ମାତ୍ର ଶୂନରୁ ପାଂଚ ମିନିଟର ଅବାସ୍ତବ ସମୟ ବ୍ୟବଧାନ ରହିଛି।
ଏହାସହିତ ରାଉରକେଲାରେ ମୁକ୍ତା ଯୋଜନାରେ ନିର୍ମିତ ୩୭ ଲକ୍ଷ ୧୦ ହଜାର ଟଙ୍କାର ୧୫ଟି ଗୋଷ୍ଠୀ ଶୌଚାଳୟରେ ୱାଟକୋ ପକ୍ଷରୁ ପାଣି ସଂଯୋଗ ଦିଆ ନଯିବାରୁ ସେଗୁଡ଼ିକ ଭାଙ୍ଗିରୁଜି ଅଚଳ ହୋଇପଡ଼ିଛି।
ସେହିପରି କଟକ ମହାନଗର ନିଗମ(ସିଏମସି) କର୍ତ୍ତୃପକ୍ଷ ବିଦ୍ୟାଧରପୁର ମୌଜାରେ ଦୁଇଟି ବହୁତଳ ବାଣିଜ୍ୟିକ ତଥା ଆବାସିକ ପ୍ରକଳ୍ପ ନିର୍ମାଣ ପାଇଁ ମେସର୍ସ ରିଭରଫ୍ରଣ୍ଟ ଡେଭଲପର୍ସ ପ୍ରାଇଭେଟ ଲିମିଟେଡକୁ ଅନୁମୋଦନ ଦେବାବେଳେ ୧୦ ପ୍ରତିଶତ ଗରିବଙ୍କ ଘର ନିୟମକୁ ଅଣଦେଖା କରାଯାଇଛି। ବିଲ୍ଡରଙ୍କ ଠାରୁ ୬ କୋଟି ୪୦ ଲକ୍ଷ ଟଙ୍କାର ସେଲଟର ଫି’ ଆଦାୟ ନକରି ଛାଡ଼ କରିଦେଇଛନ୍ତି।
ଏହାବ୍ୟତୀତ ପୌରସଂସ୍ଥାଗୁଡ଼ିକ ନିଜସ୍ୱ ରାଜସ୍ୱ ଆଦାୟ ପ୍ରତି ଅବହେଳା କରି ୨୩ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି କର, ୧୬ କୋଟି ୪୩ ଲକ୍ଷ ଟଙ୍କାର ୟୁଜର ଫି’ ଓ ୧୧୩୬୭ଟି ଟ୍ରେଡ୍ ଲାଇସେନ୍ସ ନବୀକରଣ ନକରି ୯ କୋଟି ୫୯ ଲକ୍ଷ ଟଙ୍କାର ରାଜସ୍ୱ ହରାଇଥିବା ସିଏଜି ରିପୋର୍ଟ (CAG Report) ସ୍ପଷ୍ଟ କରିଛି।
ସେହିପରି ଗ୍ରାମାଂଚଳରେ ଜନସାଧାରଣଙ୍କ ସୁବିଧା ପାଇଁ ତିଆରି ହୋଇଥିବା ପ୍ରକଳ୍ପଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ି ରହିଛି। ବରଗଡ଼ ଓ ଢେଙ୍କାନାଳ ଜିଲ୍ଲାର ୬ଟି ଗ୍ରାମ ପଂଚାୟତରେ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନର ୪୩.୩୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ସୌର ଜଳ ଯୋଗାଣ ପ୍ରକଳ୍ପ ରକ୍ଷଣାବେକ୍ଷଣ ବିନା ୩ମାସରୁ ୩ବର୍ଷ ପର୍ଯ୍ୟନ୍ତ ଅଚଳ ହୋଇପଡିଛି, ଯାହାଦ୍ୱାରା ୨୮୮୨୦ ଗ୍ରାମବାସୀ ପାନୀୟ ଜଳ ସେବାରୁ ବଂଚିତ ହୋଇଛନ୍ତି।
ଅନ୍ୟପକ୍ଷରେ ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା ଓ ନବରଙ୍ଗପୁର ଭଳି ୪ଟି ଜିଲ୍ଲାରେ ଭୁଲ୍ ସ୍ଥାନ ଚୟନ ଓ ଭିତ୍ତିଭୂମି ଅଭାବରୁ ୨୧ଟି ମାର୍କେଟ କମ୍ପେ୍ଲକ୍ସ, ୧୫ଟି କଲ୍ୟାଣ ମଣ୍ଡପ ଓ ୧୭ଟି ପାଠାଗାର ଓ ଗୋଷ୍ଠୀ କେନ୍ଦ୍ରକୁ ମିଶାଇ ସର୍ବମୋଟ ୬ କୋଟି ୯୫ ଲକ୍ଷ ଟଙ୍କାର ୫୩ଟି ଗୋଷ୍ଠୀ ସମ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଅବ୍ୟବହୃତ ହୋଇ ପଡ଼ିରହିଛି।
ବରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ୨.୫୯ କୋଟି ଟଙ୍କାର ୨୫ଟି ସରକାରୀ ସମ୍ପତ୍ତି ବେଆଇନ ଭାବେ କବଜା ହୋଇ ରହିଛି, ଯେଉଁଥିରେ ଗନ୍ଦିଆଁ ବ୍ଲକ ପିଙ୍ଗୁଆ ପଂଚାୟତ ମାର୍କେଟ କମ୍ପେ୍ଲକ୍ସରେ ବେଆଇନ ଭାବେ ଏକ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍ ଚାଲୁଥିବା ଦେଖିବାକୁ ମିଳିଛି। ପ୍ରକଳ୍ପ ନିର୍ମାଣରେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୧୪ଟି ପ୍ରକଳ୍ପକୁ ବିନା ଟେଣ୍ଡରରେ ୩ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବାବେଳେ ଖୋର୍ଦ୍ଧା ଓ ଢେଙ୍କାନାଳର ୩ଟି ବ୍ଲକରେ ଟେଣ୍ଡର ଏଡ଼ାଇବା ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କାର କାର୍ଯ୍ୟକୁ ୧୫ଟି ଛୋଟ ଅଂଶରେ ବିଭକ୍ତ କରାଯାଇଛି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ସାମାଜିକ ସୁରକ୍ଷା ପେନସନ ବାବଦ ୭୭.୮୦ ଲକ୍ଷ ଟଙ୍କାର ଆବଣ୍ଟିତ ଅଗ୍ରୀମ ଅର୍ଥକୁ ୪୭ଜଣ ଅଧିକାରୀ ଓ କର୍ମଚାରୀ ସରକାରଙ୍କୁ ଫେରସ୍ତ ନକରି ବେଆଇନ ଭାବେ ନିଜ ପାଖରେ ରଖିଥିବା ସିଏଜି ଅଡିଟରୁ ଜଣାପଡ଼ିଛି। ଅବଶ୍ୟ ଏହି ହରିଲୁଟ୍ ପୂର୍ବ ବିଜେଡି ଶାସନ ସମୟରେ ହୋଇଥିଲା।