🔥 TRENDING Shubman Gill and Virat Kohli each hit... India Clinches 8‑Wicket Victory Over W... Raghubir Yadav Says ‘Panchayat’ Film M... Parineeti Chopra Opens Up About Mom Gu... Sushant Singh Rajput's Sister Claims S... Journalist Faye D’Souza Urges Accuracy...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

କରମା ପୂଜା ପାଇଁ ଛୁଟିରେ ଆସିଥିଲେ BSF ଯବାନ, ଦୁର୍ଘଟଣା ନେଇ ଗଲା ଜୀବନ

✍️ Reporter: Deepak Mahapatra 🗓 23 Sep 2026, 12:44 PM 👁 40
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ବିର୍ସାମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ଆଲେକଜାଣ୍ଡାର ସରକାରୀ ୟୁପି ସ୍କୁଲ୍‌ ସମ୍ମୁଖ 143 ନଂ ଜାତୀୟ ରାଜପଥରେ ସୋମବାର ରାତି ପ୍ରାୟ ୧୧ଟାରେ ଟ୍ରେଲର ଧକ୍କାରେ ଜଣେ BSF ଯବାନଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ୪୭ ବର୍ଷୀୟ ବର୍ତ୍ତୁ ଭଗବ।୨୦୦୪ ମସିହାରେ BSFରେ ଯୋଗ ଦେଇଥିବା ବର୍ତ୍ତୁ ଭଗବ ବର୍ତ୍ତମାନ ଚଣ୍ଡିଗଡ଼ରେ କାର୍ଯ୍ୟରତ ଥିଲେ। କରମା ପୂଜା ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ସେ ଶ୍ୱଶୁର ଘରକୁ ଯାଇଥିଲେ। ରାତିରେ ନିଜ ସ୍କୁଟିରେ ଘରକୁ ଫେରୁଥିବା ସମୟରେ ଆଲେକଜାଣ୍ଡାର ସ୍କୁଲ୍‌ ସମ୍ମୁଖରେ ପଛପଟୁ ଆସୁଥିବା ଏକ ଟ୍ରେଲର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ହୋଇଥିଲେ ପରିବାର ଓ ସ୍ଥାନୀୟ ବାସିନ୍ଦା। ମୃତଦେହକୁ ରାସ୍ତାରେ ରଖି ଉଚିତ କ୍ଷତିପୂରଣ ସହ NH-143ର ତୁରନ୍ତ ମରାମତି ଦାବିରେ ଆରମ୍ଭ ହୋଇଥିଲା ବିକ୍ଷୋଭ। ପ୍ରାୟ ୬ରୁ ୭ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଯୋଗୁଁ NH-143ର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା।ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଓ ପରିବାର ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିବା ବେଳେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ, ଖରାପ ରାସ୍ତା ଯୋଗୁଁ ହିଁ ତାଙ୍କ ସ୍ୱାମୀଙ୍କ ଜୀବନ ଯାଇଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।
📲Get App