🔥 TRENDING ಕರ್ನಾಟಕ ರಾಷ್ಟ್ರ ಸಮಿತಿ KARNATAKA RASHTR... ਅੱਜ ਦੇ ਸੋਨੇ ਤੇ ਚਾਂਦੀ ਦੇ ਭਾਅ PM Modi Highlights Karnataka’s Soil as... Karnataka Launches ₹15,000-Crore Conne... Brazilian Firm Chooses Tamil Nadu Over... Low-pressure system forms over Bay of...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
National

ମହଙ୍ଗା ଯୁଗରେ ଶସ୍ତାରେ ମିଳିଲା ସ୍ୱପ୍ନର ଘର; ମାତ୍ର ୧୫୫ ଟଙ୍କାରେ କିଣିଲେ ୨-BHK ଫ୍ଲାଟ୍; ଅନଲାଇନ୍ ନିଲାମରେ ଘର କିଣି ଚର୍ଚ୍ଚାରେ ବ୍ୟକ୍ତି

✍️ Reporter: Deepak Mahapatra 🗓 13 Nov 2026, 03:07 PM 👁 15
Share: 💬 WhatsApp 📘 Facebook 𝕏 Post
ଆଜିର ମହଙ୍ଗା ଯୁଗରେ ନିଜର ଘର ଖଣ୍ଡିଏ କରିବା ପ୍ରତ୍ୟେକ ସାଧାରଣ ଲୋକଙ୍କ ସ୍ୱପ୍ନ। ବିଶେଷକରି ସହରାଞ୍ଚଳରେ ଘର କିଣିବାକୁ ହେଲେ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ। ହେଲେ ମାତ୍ର ୧୫୫ ଟଙ୍କାରେ ଯଦି ମିଳିଯାଏ ଏକ ସୁନ୍ଦର ୨-BHK ଫ୍ଲାଟ୍‌, ତେବେ କଥାଟା ବିଶ୍ୱାସ ହେବା କଷ୍ଟକର। ହେଲେ ଏମିତି ଏକ ଘଟଣା ଚୀନରେ ଘଟିଛି। ମାତ୍ର ୧୩.୩ ୟୁଆନ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୧୫୫ ଟଙ୍କାରେ ଜଣେ ବ୍ୟକ୍ତି ଏକ ୨-BHK ଫ୍ଲାଟ୍‌ର ନିଲାମ ଜିତିଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।
ରିପୋର୍ଟ ଅନୁସାରେ, ଚୀନର ହେନାନ୍‌ ପ୍ରଦେଶର ହେବି ସହରରେ ଏହି ଫ୍ଲାଟ୍‌ ରହିଛି। ଚୀନର ପ୍ରସିଦ୍ଧ ଅନଲାଇନ୍‌ ସପିଂ ଫେଷ୍ଟିଭାଲ୍‌ 'ଡବଲ୍‌ ୧୧' ଅବସରରେ ଆଲିବାବାର ଅନଲାଇନ୍‌ ପ୍ଲାଟଫର୍ମ ତାଓବାଓରେ ଏହାର ନିଲାମ ହୋଇଥିଲା। ଜଣେ ପ୍ରପର୍ଟି ଡେଭଲପର୍‌ ନିଜ ସଂସ୍ଥାର ପ୍ରଚାର ପାଇଁ ଏତେ କମ୍‌ ମୂଲ୍ୟରେ ଫ୍ଲାଟ୍‌ର ନିଲାମ ଆରମ୍ଭ କରିଥିଲେ।
ଏହି ନିଲାମରେ ମୋଟ ୧୬୭୭ ଜଣ ଅଂଶଗ୍ରହଣ କରିଥିଲେ। ଶେଷରେ ଜଣେ ବ୍ୟକ୍ତି ମାତ୍ର ୧୩.୩ ୟୁଆନ୍‌ରେ ନିଲାମ ଜିତିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଫ୍ଲାଟ୍‌ଟି କେବଳ ଖାଲି ଘର ନୁହେଁ, ବରଂ ଏଥିରେ ଆବଶ୍ୟକୀୟ ଆସବାବପତ୍ର ମଧ୍ୟ ରହିଛି।
ନିଲାମ ଜିତିଥିବା ବ୍ୟକ୍ତି ମଧ୍ୟ ଏହି ସଫଳତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ଏହି ଫ୍ଲାଟ୍‌କୁ ଶୀତକାଳୀନ ଛୁଟି ସମୟରେ ବ୍ୟବହାର କରିବାକୁ ଯୋଜନା କରିଛନ୍ତି।
ତେବେ ମାତ୍ର ୧୫୫ ଟଙ୍କାରେ ଫ୍ଲାଟ୍‌ ଜିତିଥିଲେ ମଧ୍ୟ ତାଙ୍କୁ ଅନ୍ୟ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ମାଲିକାନା ହସ୍ତାନ୍ତର ଓ ଚୁକ୍ତିନାମା ପ୍ରସ୍ତୁତି ପାଇଁ ପ୍ରାୟ ୨୦୦୦ ୟୁଆନ୍‌ ଅର୍ଥାତ୍‌ ୨୮ ହଜାର ଟଙ୍କା ଖର୍ଚ୍ଚ ହେବ। ତଥାପି ୧୫୫ ଟଙ୍କାରେ ୨-BHK ଫ୍ଲାଟ୍‌ ଜିତିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।
📲Get App