🔥 ट्रेंडिंग मध्य प्रदेश ने MD, MS प्रवेश के लिए कॉ... डी.पी. ज्वैलर्स ने ब्रांड की पहचान बढ़... मध्य प्रदेश के स्पा कर्मचारियों ने सेव... પાવાગઢમાં ગુડ્સ રોપવેનો કેબલ તૂટ્યો, ટ... Donald Trump Orders 28 Advanced B-2 Bo... Kerala Synagogue Fire Suspected Extrem...
15 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ରମାଦେବୀ ବିଶ୍ୱବିଦ୍ୟାଳୟରେ ମହାପ୍ରସାଦ ଖୁଆଇ ଭୋଟ୍ ଭିକ୍ଷା କଲେ BCJD ପ୍ରାର୍ଥୀ!

✍️ रिपोर्टर: Deepak Mahapatra 🗓 15 अक्टू. 2026, 01:25 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀମାନେ ମହାପ୍ରସାଦ ଖୁଆଇ ଭୋଟ୍ ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। BCJD ପ୍ରାର୍ଥୀ ବିଶ୍ୱବିଦ୍ୟାଳୟ ଗେଟ୍ ଆଗରେ ଠିଆ ହୋଇ ମହାପ୍ରସାଦ ଖୁଆଇ ଭୋଟ୍ ଭିକ୍ଷା କରୁଥିବା ଅଭିଯୋଗ ହୋଇଛି। ଏହା ସହିତ ସେମାନେ ପ୍ରାର୍ଥୀଙ୍କ କ୍ରମିକ ନମ୍ବର ଛାତ୍ରୀମାନଙ୍କ ହାତରେ ଲେଖୁଥିବା ଅଭିଯୋଗ ହୋଇଛି।
ଭୋଟ୍ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ସକାଳେ BCJD ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଏବିଭିପି ପ୍ରାର୍ଥୀମାନେ ଛାତ୍ରୀମାନଙ୍କୁ ଭୋଟ୍ ପାଇବା ପାଇଁ ଟଙ୍କା ବାଣ୍ଟିଛନ୍ତି। ଏବିଭିପି ପ୍ରାର୍ଥୀମାନେ ହଷ୍ଟେଲ ଯାଇ ଛାତ୍ରୀମାନଙ୍କୁ ଟଙ୍କା ବାଣ୍ଟିଥିବା BCJD ପ୍ରାର୍ଥୀ ଅଭିଯୋଗ କରିଥିଲେ। ତେବେ ସେମାନଙ୍କର ଏହି ଅଭିଯୋଗକୁ ଖଣ୍ଡନ କରି ଏବିଭିପିର ଜଣେ ପ୍ରାର୍ଥୀ କହିଥିଲେ ଯେ ଆମେ ଟଙ୍କାପଇସା ଦେବାରେ ବିଶ୍ୱାସ କରୁନା। BCJD ରମାଦେବୀ ବିଶ୍ୱବିଦ୍ୟାଳୟକୁ ତା’ର ଗଡ଼ ବୋଲି କୁହୁଥିବା ବେଳେ ହାରିଯିବା ଭୟରେ ଏମିତି କଥା କହୁଛି।
ଅନ୍ୟପକ୍ଷରେ BCJD ଛାତ୍ରୀମାନେ ତାଙ୍କୁ ଅସଦାଚରଣ କରିବା ସହିତ ଧସ୍ତାଧସ୍ତି କରିଥିବା ନେଇ ଅଭିଯୋଗ କରିଛନ୍ତି ଏବିଭିପିର ସଭାନେତ୍ରୀ ପ୍ରାର୍ଥୀ। ସେ ତାଙ୍କ ଅସୁସ୍ଥ ସଂପର୍କୀୟ ଭଉଣୀଙ୍କୁ ଭେଟିବାକୁ ହଷ୍ଟେଲକୁ ଯାଇଥିବା ବେଳେ ଇସ୍ପିତା ସାହୁ ଓ ଫାତିମା ଖାତୁନ ତାଙ୍କୁ ଅସଦାଚରଣ କରିବା ସହିତ ଧସ୍ତାଧସ୍ତି କରିଥିବା ସେ ଅଭିଯୋଗ କରି ସହିଦ ନଗର ଥାନାରେ ଏଫଆଇଆର ଦେଇଛନ୍ତି।
📲Get App