🔥 ट्रेंडिंग गुजरात के मुख्यमंत्री भूपेंद्र पटेल ने... विधायक संजय जाटव ने वार्ड नंबर 15 का द... गुजरात ने बेत द्वारका कॉरिडोर की घोषणा... बिहार के सीएम सम्राट चौधरी ने जिला अस्... वर्ल्ड स्पाइन डे: कमर दर्द से दांपत्य... जयपुर में मेडिकल उत्पादों की बड़ी जाँच...
16 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଉତ୍କଳରେ ABVP ଓ ରମାଦେବୀରେ BCJDର ବାଜିମାତ୍
शिक्षा

ଉତ୍କଳରେ ABVP ଓ ରମାଦେବୀରେ BCJDର ବାଜିମାତ୍

✍️ रिपोर्टर: Deepak Mahapatra 🗓 16 अक्टू. 2026, 01:14 PM 👁 16
शेयर करें: 💬 WhatsApp 📘 Facebook 𝕏 Post
ଛାତ୍ର ସଂସଦ ନିର୍ବାଚନରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ବାଜିମାତ୍। ୯ରୁ ୭ଟି ସିଟରେ ଜିତିଛନ୍ତି ABVP ପ୍ରାର୍ଥୀ। ABVPର ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ। ସେହିପରି ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଆୟୂଶ୍ରୀ ପ୍ରଧାନ।
ସାଂସ୍କୃତିକ କ୍ଲବ୍‌ର ସମ୍ପାଦକ ଭାବେ ଏବିଭିପି ପ୍ରାର୍ଥୀ ଉତ୍ତମ କୁମାର ମାଝୀ ବିଜୟୀ ହୋଇଥିବା ବେଳେ ସୋଶିଆଲ ସର୍ଭିସ୍ ଗିଲ୍ଡ ସଂପାଦକ ଭାବେ ମିଲନ କୁମାର ମେହେର, ବାଣୀ ବିକାଶର ସଂପାଦକ ଭାବେ ଜୀବନ ଜ୍ୟୋତି ବିଶ୍ୱାଳ, ଆଥ୍‌ଲେଟିକ୍ କ୍ଲବ୍ ସଂପାଦକ ଭାବେ ଜ୍ଞାନ ରଞ୍ଜନ ପରିଡା ଓ ସହକାରୀ ସଂପାଦକ ଭାବେ ସୁସ୍ମିତା ସାହୁ ବିଜୟୀ ହୋଇଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟରେ ବାକି ଦୁଇଟି ସିଟ୍ ଜିତିଛି ଭାରତୀୟ ଜାତୀୟ କଂଗ୍ରେସର ଛାତ୍ର ସଂଗଠନ NSUI। ଏହାର ପ୍ରାର୍ଥୀ ପପୁ ରାଉତ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଜ୍ୟୋତିଶ୍ରୀ ସାହୁ ହାତେଇଛନ୍ତି ଯୁଗ୍ମ ସାଧାରଣ ସମ୍ପାଦକ ପଦ।
📲Get App