🔥 ट्रेंडिंग मिशन रक्षक से युवाओं को नई उड़ान, आमाब... 108 ambulance workers plan strike over... Vibi Sagar Reservoir in Chitradurga Ne... State Clarifies BPL Card Cancellation... BMTC to Deploy Conductor‑less Mini Fee... Prime Minister Narendra Modi Invited t...
16 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ABVPକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ; ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପରେ ପଞ୍ଚାୟତ ନିର୍ବାଚନରେ ବିଜେପିର କ୍ଲିନ୍‌ ସୁଇପ୍ ଦୃଢ଼ୋକ୍ତି

✍️ रिपोर्टर: Deepak Mahapatra 🗓 16 अक्टू. 2026, 01:18 PM 👁 16
यहाँ देखें: 📘 Facebook
शेयर करें: 💬 WhatsApp 📘 Facebook 𝕏 Post
ଛାତ୍ର ସଂସଦ ନିର୍ବାଚନରେ ମିଳିଥିବା ସଫଳତାକୁ ନେଇ ଏବିଭିପିକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ମୋର ଆନ୍ତରିକ ଅଭିନନ୍ଦନ। ଏହି ବିଜୟ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତି ଯୁବପିଢ଼ି (Gen Z)ଙ୍କ ଅତୁଟ ଆସ୍ଥା ଓ ବିଶ୍ୱାସର ପ୍ରତୀକ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ଆଶା କରୁଛି ଯେ 'ଜ୍ଞାନ, ଶୀଳ ଓ ଏକତା'ର ଆଦର୍ଶରେ ଗଢ଼ା ଏହି ସଂଗଠନ ସାଧାରଣ ଛାତ୍ରଛାତ୍ରୀଙ୍କ ସ୍ୱରକୁ ସମ୍ମାନ ଦେବା ସହ କ୍ୟାମ୍ପସରେ ଏକ ସୁସ୍ଥ ଶୈକ୍ଷିକ ବାତାବରଣ ଗଢ଼ିତୋଳିବ। ରାଷ୍ଟ୍ର ନିର୍ମାଣର ଏହି ମହାନ ଯାତ୍ରାରେ ସମସ୍ତ ବିଜୟୀ ପ୍ରତିନିଧିଙ୍କ ସଫଳ କାର୍ଯ୍ୟକାଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୭୦%ରୁ ଅଧିକ କଲେଜରେ ଏବିଭିପି ବିଜୟୀ ହେଇଛି। ତଥ୍ୟ ଦର୍ଶାଉଛି GEN-Z ଆମ ସହ ଅଛନ୍ତି। କଲେଜ ନିର୍ବାଚନରେ ଛୋଟମୋଟ ଗଣ୍ଡଗୋଳ ଘଟଣା ନୂଆ ନୁହେଁ। ଆମ ଛାତ୍ର ରାଜନୀତି ବେଳେ ବୋମାମାଡ଼, ଗୁଳିଚାଳନା ଭଳି ଘଟଣା ଘଟୁଥିଲା। ଏଥର ଛାତ୍ର ସଂସଦ ନିର୍ବାଚନରେ ସେଭଳି ପରିସ୍ଥିତି ଦେଖିବାକୁ ମିଳିନାହିଁ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସିବା ପରେ ପଞ୍ଚାୟତ ନିର୍ବାଚନରେ କ୍ଲିନ୍‌ ସୁଇପ୍‌ କରିବାକୁ ଦୁଢ଼ୋକ୍ତି ପ୍ରକାଶ କରିଛି ବିଜେପି। ଦଳର ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି ଯେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରରେ ଅନେକ ବିକାଶ ହୋଇଛି। ବିଶେଷ କରି ଗ୍ରାମାଞ୍ଚଳ, ଗରିବ ଓ ଯୁବକଙ୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ପଞ୍ଚାୟତ ହେଉ କିମ୍ବା ପୌର ନିର୍ବାଚନ ଫଳାଫଳ ଆମ ସପକ୍ଷରେ ଯିବ। ମାଆ, ଭଉଣୀଙ୍କ କଲ୍ୟାଣ କରିଛୁ। ମାତୃଶକ୍ତିର ଆଶୀର୍ବାଦ ରହିବ।
📲Get App