🔥 ट्रेंडिंग गुजरात के मुख्यमंत्री भूपेंद्र पटेल ने... विधायक संजय जाटव ने वार्ड नंबर 15 का द... गुजरात ने बेत द्वारका कॉरिडोर की घोषणा... बिहार के सीएम सम्राट चौधरी ने जिला अस्... वर्ल्ड स्पाइन डे: कमर दर्द से दांपत्य... जयपुर में मेडिकल उत्पादों की बड़ी जाँच...
16 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ଏହି ସବୁ ସ୍ଥାନରେ ଜିତିଲାଣି ABVP
शिक्षा

ଏହି ସବୁ ସ୍ଥାନରେ ଜିତିଲାଣି ABVP

✍️ रिपोर्टर: Deepak Mahapatra 🗓 16 अक्टू. 2026, 01:24 PM 👁 19
शेयर करें: 💬 WhatsApp 📘 Facebook 𝕏 Post
ରାଜ୍ୟରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ କଲେଜର ଫଳାଫଳ ଆସିଗଲାଣି। ଖବର ଲେଖାଯିବା ପର୍ଯ୍ୟନ୍ତ ଏବିଭିପି ଅଧିକ ସ୍ଥାନରେ ବାଜିମାତ୍ କରିଛି।
ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର (GM) ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ABVP)ର ବିଜୟ ହୋଇଛି। ସଭାପତି ଭାବେ ସ୍ୱାଧୀନ ଆଚାର୍ଯ୍ୟ ବିଜୟୀ ହୋଇଥିବା ବେଳେ ସମ୍ପାଦକ ଭାବେ ନିଖିଲ ଅଗ୍ରୱାଲ ଜିତିଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ ୧୩ ପଦବୀରେ ABVP ପ୍ରତିନିଧିଙ୍କ ବିଜୟ ହୋଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ABVP ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜ୍ ରାଜଧାନୀ ମହାବିଦ୍ୟାଳୟ ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଫଳାଫଳ ମଧ୍ୟ ସାମ୍ନାକୁ ଆସି ସାରିଛି। ଏହି ଦୁଇ କଲେଜରେ ବାଜି ମାରିଛନ୍ତି ଅଖିତ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାର୍ଥୀଙ୍କ ବିଜୟ ହୋଇଛି। ବିଜେବି କଲେଜରେ ଆର୍ଯ୍ୟନ ମହାପାତ୍ର ସଭାପତି ପଦ ହାତେଇ ଥିବା ବେଳେ ରାଜଧାନୀ କଲେଜରେ ସଭାପତି ପଦରେ ବିଜୟୀ ହୋଇଛନ୍ତି ଅବିନାଶ ପାଢ଼ୀ।
କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତେଇ ବିଜୁ ପଟ୍ଟନାୟକ କଲେଜରେ ABVPର ବିଜୟ ହୋଇଥିବା ବେଳେ ଅନୁଗୋଳ ମହିଳା କଲେଜ ଓ କଟକ କଲେଜ ଏବଂ କିଶୋର ନଗର ଡିଗ୍ରୀ କଲେଜ୍‌ରେ ମଧ୍ୟ ABVPର ବିଜୟ ହୋଇଛି। ଧାମନଗର ମହାବିଦ୍ୟାଳୟରେ ABVPର ବିଜୟ ହୋଇଥିବା ବେଳେ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ସଭାପତି ପଦରେ ABVP ବିଜୟୀ ହୋଇଛି। ସେହିପରି ପାରାଦୀପ କଲେଜରେ ସଭାପତି ପଦରେ ABVP ବିଜୟୀ ହୋଇଛି।
ପାଟଣାଗଡ଼ ଜ୍ୟୋତିବିକାଶ କଲେଜରେ ABVP ବିଜୟୀ ହୋଇଥିବା ବେଳେ କୋଟପାଡ ମହାବିଦ୍ୟାଳୟ, ଆଗଲପୁର ରୋତ କଲେଜ୍‌, ପରଜଙ୍ଗ ଡିଗ୍ରୀ ମହାବିଦ୍ୟାଳୟ, ଯୋରନ୍ଦା ମହିମା ମହାବିଦ୍ୟାଳୟ ଓ କେନ୍ଦୁଝର ମହିଳା ମହାବିଦ୍ୟାଳୟରେ ଏବିଭିପି ବାଜି ମାରିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଡିଗ୍ରୀ ମହାବିଦ୍ୟାଳୟ ସଭାପତି ପଦରେ ABVP ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବାସୁଦେବ ଗୋଦାବରୀ ଡିଗ୍ରୀ ମହାବିଦ୍ୟାଳୟରେ ସମସ୍ତ ABVP ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କୁନ୍ତରା ଗୋକୁଳ ପାର୍ବତୀ ଡିଗ୍ରୀ ମହାବିଦ୍ୟାଳୟରେ ABVP ବିଜୟୀ ହୋଇଛି। ପୁରୀ ଜିଲ୍ଲା ପିପିଲି ମହାବିଦ୍ୟାଳୟରେ ABVP ବିଜୟୀ ହୋଇଛି।
📲Get App